STORYMIRROR

Padmini Parida

Classics Inspirational

3  

Padmini Parida

Classics Inspirational

କାର୍ତ୍ତିକ ମାସ

କାର୍ତ୍ତିକ ମାସ

1 min
203


କାର୍ତ୍ତିକ ମାସେ ସାତ୍ଵିକ ଆହାରେ ରାଇ ଦାମୋଦରଙ୍କୁ ଭକ୍ତିରେ ପୂଜିଲେ ହୋଇବ ଏ ଭବ ସାଗରରୁ ପାରି।

ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି

ମତ୍ସ ରୂପେ ମହାପ୍ରଭୁ ପୀତବାସ

ରଚିଲେ କାର୍ତ୍ତିକ ବ୍ରତର ମାହାତ୍ମ୍ୟ।

ଦାନୀ କରିବାକୁ ଦାନପୁଣ୍ୟ

ମୋହ, ମାୟା,ଈର୍ଷା, ଅସ୍ୱୟା ସମସ୍ତ ତାପାଇଁ ଉପଯୁକ୍ତ ଏହି କାର୍ତ୍ତିକ ମାସ।

 ପୂର୍ବେ ଦେଵବ୍ରତ୍ତ ଧାର୍ମିକ ବ୍ରାହ୍ମଣ

କାର୍ତ୍ତିକ ମାସର ପୁଣ୍ୟ ବଳେ

 ତ୍ରେତୟାରେ ରାଜା ଦଶରଥ।

ଭକ୍ତଗଣ କରି ଭଜନ କୀର୍ତ୍ତନ

ପାପ ତାପ ନାଶି ବୈକୁଣ୍ଠ ଯିବାକୁ

ପୁଣ୍ୟ କରନ୍ତି ଅର୍ଜନ।

ପ୍ରାତଃସ୍ନାନ ସାରି ଚଉରା ମୂଳରେ


ବାଲୁକା ସ୍ଥାପିତ ପଞ୍ଚବର୍ଣ୍ଣ ମୁରୁଜେ

 ପୂଜୁଥିବ ରାଧା ଦାମୋଦର।

ଓଡ଼ିଆ ସଂସ୍କୃତି ଘର ଅଗଣାର

ବୃନ୍ଦାବତୀଙ୍କ ନୀତି ପୂଜା।   

 କୃଷ୍ଣପ୍ରିୟା ନାମେ ଶାଳଗ୍ରାମ

ମୁଣ୍ଡେ ଶୋଭା।

କାର୍ତ୍ତିକେ ବିଷ୍ଣୁ ଭଗବାନ ଜାଗ୍ରତ

ପ୍ରାଣୀଙ୍କ ପାଇଁ କୃପା ଅଶେଷ

ଚାଲ ଜପିବା ରାଧା ଗୋବିନ୍ଦ।

ଅଁଳା ନବମୀ ପୁଣ୍ୟତିଥି ଆମ

ହବିଷ୍ୟାଳିମାନେ ଅଁଳା ବୃକ୍ଷେ

ମନୋନିବେଶି ଶ୍ରୀ ରାଧାପୟରେ

କରନ୍ତି ଭକ୍ତି।

ଅରୁଆ ଚାଉଳ ଦିବ୍ୟ ଅନ୍ନ ରାନ୍ଧି

କଞ୍ଚା ମୁଗ, ଶାରୁ, କଦଳୀ ନେଇ

ଯତନେ ପ୍ରଭୁଙ୍କୁ ଭୋଗ ଲଗାନ୍ତି।

ଶ୍ରୀ କ୍ଷେତ୍ରରେ ଠାକୁରଙ୍କ ରାଧା ଦାମୋଦର ବେଶ , ସେହି ବେଶ

ଦର୍ଶନରେ ମନ ହୁଏ ବୋଧ।

ସାଧବ ପୁଅ ବୋଇତ କୁ ନେଇ

ସାଧବାଣୀ ଦୁଃଖେ ମେଲାଣି ଦିଅଇ

ବାଣିଜ୍ୟ ଥିଲା ଆମ ସଂସ୍କୃତି।

ଆକାଶ ଦୀପ କୁ ଜଳାଇ ଏହି ମାସେ

ପିତୃ ପୁରୁଷଙ୍କ ମାର୍ଗ କରନ୍ତି ଉଜ୍ଜଳ

କାଳୀ ପୁଜା, ଜଗଦ୍ଧାତ୍ରୀ ପାଳନ ହୁଏ।

କାର୍ତ୍ତିକ ମାସ ଯେ ଧରମ ମାସ

ଧର୍ମ କରି ଜନ ପ୍ରାପ୍ତ କରେ ବୈକୁଣ୍ଠ ରେ ସ୍ଥାନ।

        

        

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics