Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ଅନ୍ନଦାତା କାନ୍ଦୁଛି କିପାଇଁ?

ଅନ୍ନଦାତା କାନ୍ଦୁଛି କିପାଇଁ?

1 min
350



ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

କାମେ ଖରା ବର୍ଷାକୁ ଅନ୍ନଦାତାର ଖାତିରି ନାହିଁ |୧|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ଜନମରୁ ମାଟି ସଂଗେ ତା ଭାବ ଆରମ୍ଭ ହୁଅଇ |୨|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ପଥ କଣ୍ଟକିତ, ମୃତ୍ୟୁ ପର୍ଯ୍ୟନ୍ତ ତାର ଅବକାଶ ନାହିଁ |୩|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ଚାଲୁଚାଲୁ ପଡେ ଯଦି ଝୁଣ୍ଟି ସେ କେବେ ଥକି ନାହିଁ |୪|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ପଥ ତାର ଖାଲ ଖମଣା ଭରା ରୋଗ ଶୋକ ଥାଇ |୫|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ସେ ଆମକୁ ଆହାର ଯୋଗାଏ ଖାଇବା ପାଇଁ |୬|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ବଞ୍ଚିଛି ସେ ବଞ୍ଚିବାର ରାହା ସାହା ଆଶା ନେଇ |୭|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ନିରାଶ ଜୀଵନ ଅନ୍ଧାରେ ଆଶା ଥାଏ କି କାହିଁ |୮|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ଅନ୍ନଦାତା ଆଜି କ୍ରନ୍ଦନ କରୁଛି କାହାର ପାଇଁ |୯|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ପାଇବାକୁ ଶ୍ରମର ମୂଲ୍ୟ, ସଂଗ୍ରାମ କରେ ସେହି |୧୦|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

କୃଷିଜାତ ଦ୍ରବ୍ୟ ବିକନ୍ତି କମ ଦାମରେ ନେଇ |୧୧|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

କୃଷି ଆଇନ ହୋଇଥିଲା ପୁଂଜିପତି ଲାଭ ପାଇଁ |୧୨|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ନିର୍ବାଚନ ସମୟେ କୃଷି ବିକାଶ କଥା ଶୁଣନ୍ତି ରହି |୧୩|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ହୃଦୟେ କୁମ୍ଭୀର କାନ୍ଦଣା ନିର୍ବାଚନେ ଅଭିନୟ ଥାଇ |୧୪|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ବଞ୍ଚିଛି କୃଷକ ଜୀବନ ନୌକାରେ ଆଶା ତୃଷା ନେଇ |୧୫|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

ଛଡାଅ ନିରାଶ ମୁହଁରୁ ତାର ଆଶା ଭରସାକୁ ଯାଇ |୧୬|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

କେତେ ଦିନ ଚାଲିବ ଠକାମି ନେତାଙ୍କର ଭାଇ |୧୭|


ଭାବିଛକି କେବେ ଥରେ ମୋର ଭଉଣୀ ଭାଇ

କେବେ ଦୂର ହେବ ଦୁଃଖ, ଏ କୃଷକର ଭାଇ |୧୮|



Rate this content
Log in