STORYMIRROR

Shreeman Anshuman Priyadarshee

Classics Inspirational Others

4  

Shreeman Anshuman Priyadarshee

Classics Inspirational Others

ଜୀବନ

ଜୀବନ

1 min
306

କେବେ ଯେ ଅନ୍ଧାର କେବେ ଯେ ଆଲୁଅ

ଏହି ଯେ ଜୀବନ ପଥ,

କେବେ ସୁଖ ଭରା ପ୍ରଣୟର କବିତା

ତ କେବେ ବିରହର ଗୀତ।


ହସର ପୁଷ୍ପ ନିତି ଫୁଟେ ଏଠି

ଦହଗଞ୍ଜେ ଲୁହ ଝରେ

ତଥାପି ଜୀବନ ନିତି ବୋହି ଯାଏ

ସମୟ ତଟିନୀ ଧାରେ।


ଆଶା ସବୁ ଏଠି ସପନ ପାଲଟି ଯାଏ

ଆଖିରୁ ଯାଏ ଲୁହ ଝରି,

କିଏବା ଦେଖିବ କାଲିର ସକାଳ

ଖାଲି ହାତେ ଯିବା ଫେରି।


ଭଲ ଲୋକ ଏଠି ବିଷାଦରେ ବଞ୍ଚେ

ପାପର ହୁଏ ଜୟ,

ପୁର୍ଣ୍ୟ କଲେ ମଧ୍ୟ ଡର ଲାଗେ ଏଠି

ହାରିବାର ଥାଏ ଭୟ।


କିଛି ମୁହୂର୍ତ୍ତର ଜୀବନ ଏଇଟା

ବାଣ୍ଟି ଦେଇ ଯିବା ପ୍ରୀତି,

ରହିଯିବ ସବୁ ଅଭୁଲା କୀରତି

ହୋଇ ଖାଲି ଗୋଟିଏ ସ୍ମୃତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics