STORYMIRROR

Shreeman Anshuman Priyadarshee

Abstract Tragedy Inspirational

4.5  

Shreeman Anshuman Priyadarshee

Abstract Tragedy Inspirational

ଗୁରୁ ପରମ୍ପରାରେ ଲାଗିଛି ଗ୍ରହଣ

ଗୁରୁ ପରମ୍ପରାରେ ଲାଗିଛି ଗ୍ରହଣ

1 min
243

ନାହିଁ ଆଉ ସେ ଗୁରୁ ପରମ୍ପରା

ନାହିଁ ଆଉ ସେ ଦିନ,

ଯୁଗ ଆସି ଏବେ ଏମିତି ହେଲାଣି

ଗୁରୁ ପାଏ ନାହିଁ ସନମାନ।


ଗୁରୁଙ୍କୁ ଦେଖିଲେ ପ୍ରଣିପାତ ନୁହେଁ

ହେଲୋ ହାଏ ସବୁ କରନ୍ତି,

କଣ ବା କରିବେ ଗୁରୁ ବି କହିଲେ

ହସି ଟିକେ ସହି ନିଅନ୍ତି।


ପାଠ ପଢ଼ା ଏବେ ବାଣିଜ୍ୟ ହେଲାଣି

କରିବ କଣ କୁହ,

ପଢ଼ିବା ପାଇଁକି ଏତେ ଧନ ଲୋଡ଼ା

ଗରିବ ଆଖିରେ ଲୁହ।


ତେଲ ଲୁଣ ଭଳି ଜ୍ଞାନ ମଧ୍ୟ ଏବେ 

ବଜାରେ ବିକିରି ହଉଛି,

ଗୁରୁ ଶିଷ୍ୟଙ୍କ ମହାନ ସମ୍ପର୍କେ 

ଫାଟକ ସୃଷ୍ଟି ହଉଛି।


ଆଙ୍ଗୁଳି ଟିପରେ ପାଠ ପଢ଼ା ସବୁ

ଯୁଗ ପରା ଆଧୁନିକ,

ଗୁଗୁଲ୍ ଏବର ଶ୍ରେଷ୍ଠ ଗୁରୁ ଅଟେ

ଅଲୋଡ଼ା ପୁରୁଣା ଶିକ୍ଷକ।


ଖଡ଼ି ଓ ସିଲଟ ଦିନ ତ ଗଲାଣି

ଏବେ ଦାମିକିଆ ଖାତା ପେନ୍,

କାଠି କଲମ କିଏ ଆଉ ଦେଖୁଛି

ଏବେ ଖାଲି ଡଟ୍ ପେନ୍।


ମାତୃ ଭାଷାରେ କଥା ହେବ ପାଇଁ

ଲାଜ ହୁଏ ଅନୁଭବ,

ଆଜିକା ଲୋକଙ୍କ ସଂସ୍କୃତି ନୁହଁ 

ଇଂରାଜୀ ପାଖେ ଭାବ।


ବେଦ ଓ ପୁରାଣ କିଏ ଆଉ ପଢ଼ୁଛି

ଧରମ ଛାଡ଼ଇ ଡାକ,

ଶାସ୍ତ୍ର ବିଷୟରେ ଧାଡ଼ିଏ କହିଲେ

ପିଲାଏ ଟେକନ୍ତି ନାକ।


ଇତିହାସ ପୃଷ୍ଠାର ଅତୀତ ଅଟଇ

ଗୁରୁକୂଳ ଆଶ୍ରମ,

ଠାବେ ଠାବେ ଏବେ ପାର୍କ ଉଦ୍ୟାନ

ଓ ତା ସଙ୍ଗେ ବୃଦ୍ଧା ଆଶ୍ରମ।


ଗୁରୁ ଦିବସରେ ଯାହା ଟିକେ ସେନେହ

ପାଆନ୍ତି ଆଜିର ଗୁରୁ,

ଅଲଗା ଦିନରେ କିଏ ଅବା ପଚାରେ

ଗୁରୁ ମରିଲେ ପଛକେ ମରୁ।


ନାହିଁ ଆଉ ସେ ଗୁରୁ ପରମ୍ପରା

ନାହିଁ ଆଉ ସେ ଦିନ,

ସମୟ ତାଳରେ ଆଗକୁ ବଢ଼ିକି 

ମନୁଷ୍ୟ ହରେଇଛି ଜ୍ଞାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract