Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shreeman Anshuman Priyadarshee

Abstract Classics Inspirational

4.8  

Shreeman Anshuman Priyadarshee

Abstract Classics Inspirational

ମାଆ ଜଗତ ଜନନୀ ଆସୁଛି

ମାଆ ଜଗତ ଜନନୀ ଆସୁଛି

1 min
348



ପ୍ରକୃତି କୋଳରେ କାଶତଣ୍ଡୀ ଫୁଲ

ଖୁସି ମନେ ନାଚ କରୁଛି,

ଶ୍ଵେତ ଶାଢ଼ୀ ପିନ୍ଧି ମାଟି ମାଆ

ଆହା କି ସୁନ୍ଦର ଦିଶୁଛି।


ଶରତ ଆକାଶେ ରୂପା ଜହ୍ନ ଏବେ

ଶାନ୍ତି ମୈତ୍ରୀର ବାର୍ତ୍ତା ବାଣ୍ଟୁଛି,

ସାରା ଜଗତର ଦୁଃଖ ହରିବା ପାଇଁ

ମାଆ ମହିଷାମର୍ଦ୍ଦିନୀ ଆସୁଛି।


ମାଆ ଆସିବା ଲାଗି ଭକ୍ତଙ୍କ ମନ

ଉତ୍କଣ୍ଠାରେ ଭରି ରହିଛି,

ମାଆଙ୍କୁ ସ୍ଵାଗତ କରିବା ପାଇଁକି

ଧରଣୀ ସଜେଇ ହଉଛି।


ମେଢ଼, ତୋରଣରେ ଝଲସି ଉଠିବ

ସହର ଓ ପଲ୍ଲୀପୁର,

ଆଲୋକ ମାଳାରେ ଚକ ମକ ହବ

ଏଇ ସମଗ୍ର ମର୍ତ୍ତ୍ୟପୁର ।


ଶଙ୍ଖ,ଘଣ୍ଟ,ବାଜା,ମହୁରୀ ଧ୍ଵନିରେ

ଏ ସମଗ୍ର ମେଦିନୀ କମ୍ପିବ,

ଚନ୍ଦନ କର୍ପୂର ଗନ୍ଧେ ଗାଁ ରୁ ସହର

ଚାରି ଦିଗ ମହକି ଉଠିବ।


ଅନ୍ୟାୟ ଅନୀତି ହାରିଯିବ ସବୁ

ନ୍ୟାୟର ହେବ ଜୟ,

ଅସତ୍ୟ ଦୁର୍ନୀତି କିଛି ରହିବନି

ଅଧର୍ମର ନଥିବ ଭୟ।


ଦୁଃଖର ଅନ୍ଧାର ଦୂର ହୋଇଯିବ

ସୁଖର ଆଲୋକ ପାଇ,

କରୁଣାର ବାରି ଝରି ପଡ଼ି ଯିବ

ମାଆର ଆଦେଶ ପାଇ।


ଆନନ୍ଦ ଉଲ୍ଲାସ ଭରିଯିବ ଏବେ 

ପ୍ରତି ଜୀବଜନ୍ତୁ ମନେ,

ସଙ୍କଟହାରିଣୀ ଦୁର୍ଗତିନାଶିନୀ 

ମାଆ ଜଗଦମ୍ବା ଆଗମନେ।


Rate this content
Log in

Similar oriya poem from Abstract