Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shreeman Anshuman Priyadarshee

Abstract Inspirational Children

4.8  

Shreeman Anshuman Priyadarshee

Abstract Inspirational Children

ଗୁରୁ ଶିଷ୍ୟ

ଗୁରୁ ଶିଷ୍ୟ

1 min
397


କଞ୍ଚା ମାଟି ପରି ଛାତ୍ର ଜୀବନରେ

ଗୁରୁ ତୁମେ ପରା କାରିଗର,

ମାଟିକୁ ଚକଟି ଆକୃତି ଦେଇ ତୁମେ

ଗଢ଼ ମୂର୍ତ୍ତି ବହୁ ସୁନ୍ଦର ।


ତୁମେ ପରା ବ୍ରହ୍ମା ତୁମେ ପରା ବିଷ୍ଣୁ

ତୁମେ ପୁଣି ମହେଶ୍ୱର,

ମାଆ ବାପା ପରେ ତୃତୀୟରେ ଗୁରୁ

ସାକ୍ଷାତ ତୁମେ ଇଶ୍ଵର ।


ଛାତ୍ର ଛାତ୍ରୀଙ୍କ କୁନି ଜୀବନରେ

ତୁମେ ମାର୍ଗ ପ୍ରଦର୍ଶକ,

ଛାତ୍ର ଛାତ୍ରୀ ଯଦି ନାୟକ ନାୟିକା

ତୁମେ ସେଠି ନିର୍ଦ୍ଦେଶକ ।


ଅଜ୍ଞାନ ଅନ୍ଧାର ଦୂର କର ତୁମେ

ଜ୍ଞାନର ଆଲୋକ ହୋଇ,

ସମାଜେ ଏକାକୀ ବଞ୍ଚିବା ଶିଖାଅ

ଶୁଭ ଚିନ୍ତକ ହୋଇ ।


ଶିଷ୍ୟଙ୍କ ଜୀବନ ଉଜ୍ବଳ କର ହେ

ପାଠ ସଙ୍ଗେ ସାଠ ଦେଇ,

ତୁମ ବୋଲ ମାନି ଚାଲୁଥିଲେ ବାଟ

ଶିଷ୍ୟ ଜଗତ ଜିତା ହୁଅଇ ।


ଆଶୀର୍ବାଦ ତବ ଥିଲେ ଶିଷ୍ୟ ପାଖେ

ବଢ଼ୁ ଥିବ ତାର ଆୟୁ,

ପୂଜୁ ଥିବ ନୀତି ଗୁରୁ ହେ ତୁମକୁ

ଥିବା ଯାଏଁ ପ୍ରାଣ ବାୟୁ ।


Rate this content
Log in

Similar oriya poem from Abstract