ଉଡାଣ
ଉଡାଣ
ଇନ୍ଦ୍ରଧନୁ ତୁମେ
ପ୍ରାଚୀ ଭୁବନର
ଚିତ୍ରଭାନୁ ଅସ୍ତରଙ୍ଗେ,
ନୀଳୋତ୍ପଳ ଆଖି
ସୁଢଳ ସୁଶୋଭ
ଜୀବନ ବୋଇତ ମଙ୍ଗେ l
ସିକ୍ତ ଶାମୁକାଟେ
ହୃଦୟେ ସାଇତା
ମେଘର ମହ୍ଲାର ପ୍ରୀତି,
ମଧୁ ଜାମିନୀର
ମଧୁ ଜୋଛନା ଗୋ
ପ୍ରାଣର ଅମୁଲ୍ୟ ମୋତି l
ଫଗୁଣ ମଳୟେ
ବସନ୍ତର ଛୁଆଁ
ପ୍ରଣୟର ମହା ଜ୍ୟୋତି,
ନୀଳ ନିର୍ବାଣର
ମହାମନ୍ତ୍ର ତୁମେ
ପ୍ରୀତିର ଅମୁଲ୍ୟ ଗୀତି l
ପ୍ରଣୟ ବେଦିର
ମହାଯଜ୍ଞ ତୁମେ
ପବିତ୍ର ଦୀପ ର ଶିଖା,
ନିର୍ଜନ ନିଶୀଥେ
ଶିଶିରରେ ଭିଜା
ମଧୁର ସ୍ମୃତି ର ରେଖା l
ଅୟୁତ ତୃଷ୍ଣାର
ମୁଗ୍ଧ ମଧୁଶାଳା
ସନ୍ତୁଷ୍ଟିର ଅନୁପ୍ରାସ,
ମନ ଯମୁନାର
କଦମ୍ବ ବନରେ
ପ୍ରାଣପ୍ରିୟ ଜଗଦୀଶ ll
