STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ବିଚ୍ଛିନ୍ନାଞ୍ଚଳ

ବିଚ୍ଛିନ୍ନାଞ୍ଚଳ

1 min
306

(ରାଗ ଚୋଖି)


ଅଜିତ କୁମାର ରାଉତ   

ବିଚ୍ଛିନ୍ନାଞ୍ଚଳ କଳାବାଡିଆ ଝାଡ଼ଖଣ୍ଡ

ଜନ୍ମଭୂମି ସିଂହଭୂମି

ପବିତ୍ର ଓଡ଼ିଆ ଭୂମି

ତାହା ଉତ୍କଳୁ ବିଚ୍ଛିନ୍ନ କାହିଁକି ହେଲା

ନଜର ନାହିଁ କାହାରେ

ଧ୍ୟାନ ନପଡେ ଏଠାରେ

ନାହିଁ ମାତୃଭାଷା ଶିକ୍ଷା ପରା ଆମର

ରୋଦନ ରାବ୍ ଭୟଙ୍କର.....

ରାଜ୍ୟ ଶୁଣେ କିମ୍ପାଇଁ ଗୁହାରି ଆମର।

ଦୁର୍ଭାଗ୍ୟ ଅଟେ ଆମର

ଚିନ୍ତାରେ ଟି ନିରନ୍ତର

ନାହାନ୍ତି ଏଠାରେହେ ଓଡ଼ିଆ ଶିକ୍ଷକ

କିଏ ଦେବ ଶିକ୍ଷା ବନ୍ଧୁ

ଭରୋସା ଟି କୃପାସିନ୍ଧୁ

ବହି ଓଡ଼ିଆ ନାହିଁ ସନ୍ତାନେ ଆମର

କିପରି ପଢିବେ ସେ ପାଠ......

ଶିକ୍ଷା ପାଇଁ ଆନ୍ଦୋଳନ ଧରିଲେ ବାଟ।

କର୍ତ୍ତବ୍ୟ ଟି ଉତ୍କଳର

ଧ୍ୟାନଦେବା ଦରକାର

କେନ୍ଦ୍ର ଶିକ୍ଷା ମନ୍ତ୍ରୀହେ ଅଟନ୍ତି ଓଡିଆ

ବିଚ୍ଛିନ୍ନାଞ୍ଚଳ ଓଡ଼ିଆ

ସିଂହଭୂମି ଟି ବଢିଆ

କହିଥିଲେ ଗୋପବନ୍ଧୁ ପରାହେ ଦିନେ

ଏହା ମୁକୁଟ ଉତ୍କଳର.......

ନାହିଁ କିମ୍ପା ମାତୃଭାଷା ଶିକ୍ଷା ଆମର?

ଶିକ୍ଷାନୀତି ଟି ରାଷ୍ଟ୍ରର

ମାତୃଭାଷା ଟି ଶିକ୍ଷାର

ପୁଣି ସମ୍ବିଧାନେ ଶିକ୍ଷା ଅଧିକାର

ଭେଦଭାବରେ ରାଜ୍ୟର

ନାହିଁ ସମ୍ମାନ ଆମର

ଦିଏ ଟି ଯନ୍ତ୍ରଣା ଓଡ଼ିଆ ମନେ ଅପର

ଶିକ୍ଷା ପାଇଁରେ ଆନ୍ଦୋଳନ.....

ମାତୃଭାଷା ବଞ୍ଚାଇବା ପାଇଁ କ୍ରନ୍ଦନ।


Rate this content
Log in

Similar oriya poem from Abstract