ଏବେତ ଆମେରେ କଢି
ଏବେତ ଆମେରେ କଢି
ଶିଶୁ ପରା ଆମେ ନାହିଁ ଜ୍ଞାନ ବୁଦ୍ଧି
ଶିଶୁ ରାଇଜର କଢି,
ପାଠପଢି ତହୁଁ ହୋଇବାରେ ଫୁଲ
ଆସ ଯିବା ପାଠ ପଢି।
ପାଠ ଧ୍ୟାନେ ପଢୁ ଥିବା,
ପାଠ ପଢୁ ଥିବା ଭଲ ପିଲା ପରି
ପଢାରେ ଗୁରୁତ୍ୱ ଦେବା।
ସ୍କୁଲ ପୋଷାକେ ଯିବା ସ୍କୁଲକୁ
ସେହୁତ ବିଦ୍ୟା ମନ୍ଦିର,
ଦେଉ ଥାନ୍ତି ଶିକ୍ଷା ଗୁରୁ ତହିଁ ପରା
ଶିଖିବା ହୋଇ ତତ୍ପର।
କରିବା ପାଠ ମୁଖସ୍ଥ,
ତେବେ ସିନା ଆମେ ଅନ୍ୟକୁ କହିବା
ଥିବରେ ଯେବେ କଣ୍ଠସ୍ଥ।
ରାଷ୍ଟ୍ରର ଭବିଷ୍ୟ ଆମରେ ଜଡ଼ିତ
କଢିରୁ ଫୁଲ ହୋଇବା,
ସବୁ ଗୁଣେ ତହୁଁ ସମ୍ପନ୍ନ ହୋଇଣ
ଫୁଲର ବାସ୍ନା ବୁଣିବା
ତହୁଁ ବିଶ୍ବଗୁରୁ ହେବା,
ଅହିଂସାର ମନ୍ତ୍ର କରିବ ଗୁଞ୍ଜନ
ବିଶ୍ବକୁ ଶାନ୍ତି ରଖିବା।
ପାଠକୁ ପଢିବା ଜନନୀ ଭାଷାରେ
ସହଜେ ସବୁ ବୁଝିବା,
ବିଦେଶୀ ଭାଷାକୁ ମହତ୍ତ୍ଵ ନ ଦେଇ
ହିନ୍ଦୀକୁ ଆଗ କରିବା।
ଆମେ ସବୁ ସ୍କୁଲ ଯିବା
କଢିରୁ ହୋଇବା ଫୁଲଟିଏ ତହୁଁ
ବାସ୍ନାରେ ବିଶ୍ବ ମୋହିବା।
ସତ୍ୟତ୍ୟାଗ ପ୍ରେମ ଭକ୍ତି ପ୍ରୀତିଶ୍ରଦ୍ଧା
ଗୁରୁଠୁ ସବୁ ଶିଖିବା,
ହୋଇ ରାଷ୍ଟ୍ରପ୍ରେମୀ ରାଷ୍ଟ୍ରର ନିର୍ମାଣେ
ଆଗ ହୋଇ ରହିଥିବା।
ଅର୍ଜନ କରିବା ଯେବେ,
ହେବ ଶକ୍ତିଶାଳୀ ମହାନ ଭାରତ
ନହେବ ନିଅଁଟ କେବେ।
ଉଠ ଉଠ ମଠ ନକର ବାଳକେ
ଶିକ୍ଷାର ସମୟ ଏହୁ,
ପାଠ ନ ପଢିଲେ ହୋଇବା ଅଜ୍ଞାନୀ
ସତ୍ୟ ବଚନଟି ଏହୁ।
ଭକ୍ତିରେ ପିତୃମାତୃଙ୍କ,
କର୍ମପଥେ ରହି ଧର୍ମ ଅର୍ଜୁ ଥିବା
ସତ୍କାର ଗୁରୁଜନଙ୍କ।
