STORYMIRROR

lLeena Pani

Abstract

3  

lLeena Pani

Abstract

ମାଆ

ମାଆ

1 min
358

ମାଆ ଏକ ଶବ୍ଦ ନୁହେଁ

ତାହା ଏକ ବିରାଟ ଅନୁଭଵ

ତାହାର କୌଣସି ଅର୍ଥ ନଥାଏ

ଖାଲି ଅନୁଭୁତିର ଆବୃତି ଥାଏ

ମା ଏକ ଅନ୍ତହୀନ ଉଚ୍ଚାରଣ

ମାଆ ଶବ୍ଦ ର ଉଚ୍ଚାରଣ ରେ ଥାଏ

ଅପରିସୀମ ଆନନ୍ଦ ର ସ୍ରୋତ ।

ମାଆର ପଣତକାନିରେ ଥାଏ

ଏକ ଉଷ୍ମତାର ଆନନ୍ଦ

ଅହେତୁକ ଆତ୍ମତୃପ୍ତି

ଆଉ ଥାଏ ଜୀବନର ଶାନ୍ତି ।

ମାଆର କୋଳ

ସବୁ ଆସନର ଉପରେ

ଏକ ଆସ୍ୱସ୍ତି ଥାଏ ମନ ଭିତରେ

ତାର ହାତ ର ସ୍ପର୍ଶରେ

ସବୁ ଦୁଃଖ ଚିନ୍ତା ଉଭାଈ ଯାଏ

ଗଭୀର ସୁଖନିଦ୍ରା ଆସିଥାଏ।

ମାଆ ସୃଷ୍ଟିର ଏକ ଅବର୍ଣ୍ଣନୀୟ

ନାରୀର ରୂପ

ତାର ସ୍ନେହ ,ତାର ମମତା ,ତାର ଭଲପାଇବାରେ

ଥାଏ ଖାଲି ବଳିଦାନର ପ୍ରତିବିମ୍ବ

ମାଆ ତାର ଚାହେନାହିଁ ପ୍ରତିଦାନ

ଚାହେଁ ତାର ସନ୍ତାନର ଦେଶ ପ୍ରତି ଅବଦାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract