STORYMIRROR

lLeena Pani

Drama

4  

lLeena Pani

Drama

ଡାଏରି

ଡାଏରି

1 min
297

ଅଧା ଲେଖା ଡାଏରିକୁ

ବନ୍ଦ କରି

ଜୀବନ ର ପ୍ରତ୍ୟେକ ଫର୍ଦ୍ଦ କୁ

ତର୍ଣ୍ଣ ତର୍ଣ୍ଣ କରି

କ୍ଲାନ୍ତ ଓ ଅବସାଦ ରେ

ଭରି ଯାଇଥିଲା ମନ ।

ସବୁ କିଛି ଭୁଲିଯିବାକୁ

ବହୁତ ଦୂର ପଳାୟନ କରିବାର

ଅଦ୍ୟମ ଚେଷ୍ଟାକୁ

ବିଶ୍ଳେଷଣ କରି

ଫେରି ଆସିଥିଲି ସେହି ଅତୀତକୁ ।

ସେହି ନଦୀ ସେହି ବଣ ସେହି ଝରଣା

ଡାକୁଥିଲେ ପାଖକୁ

ଝରଣା ପାଣିର ଛିଟିକା

ଏବେବି ଶିହରିତ କରୁଥିଲା ଦେହକୁ

ନଦୀର ଅପରମିତ ବାଲୁକା ରାଶି ଉପରେ

ପାଦ ଚିନ୍ହ ଅଙ୍କିବାକୁ

ବଣର ଅଗଣିତ ବୃକ୍ଷର ପଛରେ

ଲୁଚକାଳି ଖେଳିବାକୁ

ମନ ଏବେବି ଉଙ୍କି ମାରୁଥିଲା

ଆଉ ସେହି ଡାଏରି କୁ ଖୋଲି

ପୁଣି ଥରେ ଅତୀତରେ

ହଜିଯିବାପାଇଁ ଚାହୁଁଥିଲା ମନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama