ବର୍ଷା
ବର୍ଷା
ବର୍ଷା ଆସିଥିଲା
ଭିଜାଇ ଯାଇଥିଲା
ଅତୃପ୍ତ ଆତ୍ମା କୁ
ରହିଯାଇଥିଲା
ତାର ସ୍ପର୍ଶର ଅନୁଭୂତି ସବୁ ।
ବର୍ଷା ଆସିଥିଲା
ତା ସାଥିରେ ନେଇଆସିଥିଲା
କଳା ବାଦଲ କୁ
ଅସରାଏ ବରଷା ବରସି ଯାଇଥିଲା
ଆଉ ଛାଡି ଯାଇଥିଲା
ଅବ୍ୟକ୍ତ ବିପର୍ଯ୍ୟୟ କୁ ।
ବର୍ଷା ଆସିଥିଲା
ସେଦିନ ରାତିରେ
ରିମଝିମ ବର୍ଷା ରେ
ଧୋଇହୋଇ ଯାଇଥିଲା
ମନର ଅବ୍ୟକ୍ତ ବେଦନା ସବୁ ।
ବର୍ଷା ଆସିଥିଲା
ଗତି ବଡ ତୀବ୍ର ଥିଲା
ମନ ହେଉଥିଲା
ସବୁ ଅନୁଭୂତି, ବିପର୍ଯ୍ୟୟ , ବେଦନା କୁ
ଭସାଇ ଦେବାକୁ ।
ବର୍ଷା ପୁଣି ଆସିଥିଲା ।
ତାର ପାଣିର ଧାରା ରେ
କାଗଜ ର ଡଙ୍ଗା ସବୁ ଭାସୁଥିଲା
ନୂତନ ତରଙ୍ଗ ମନରେ ଖେଳିଯାଉଥିଲା
ଆକାଶ ଇନ୍ଦ୍ରଧନୁ ର ରଙ୍ଗ ରେ ରଙ୍ଗିଯାଇଥିଲା ।
