STORYMIRROR

lLeena Pani

Abstract Tragedy

4  

lLeena Pani

Abstract Tragedy

ଗାନ୍ଧାରୀ କାନ୍ଦିନଥିଲେ

ଗାନ୍ଧାରୀ କାନ୍ଦିନଥିଲେ

1 min
361

ଶତ ପୁତ୍ରର ବିୟୋଗ ରେ

କାନ୍ଦିନଥିଲେ ଗାନ୍ଧାରୀ

କାହିଁକି କାନ୍ଦିବେ

କାହାପାଇଁ କାନ୍ଦିବେ

ସେ ସ୍ତବ୍ଧ ଥିଲେ

କ୍ଷୁବ୍ଧ ନଥିଲେ

ନିଜ ଭାଗ୍ୟକୁ

ନିନ୍ଦୁ ଥିଲେ ।

ଗାନ୍ଧାରୀ କାନ୍ଦିନଥିଲେ

ଯେଉଁ ପୁତ୍ର

ନାରୀକୁ କରେ ନିବସ୍ତ୍ର

ଯେଉଁ ପୁତ୍ର

ଭାଇ ବିରୁଦ୍ଧରେ ଉଠାଏ ଅସ୍ତ୍ର

ସେମାନଙ୍କ ପାଇଁ ନଥିଲା

ଗାନ୍ଧାରୀ ଙ୍କ ମନରେ

ତିଳେ ମାତ୍ର ଅବସାଦ ।

ଗାନ୍ଧାରୀ କାନ୍ଦିନଥିଲେ

ସେତ ଏକ ନାରୀ ଥିଲେ

ନାରୀର ବେଦନା କୁ ବୁଝିପାରୁଥିଲେ

ପ୍ରତ୍ୟେକ ନାରୀ ଆଗରେ

ଗାନ୍ଧାରୀ ଦୋଷୀ ଥିଲେ

କାରଣ ସେ ସତପୁତ୍ର ସାଥିରେ

ଠିଆହୋଇ ରହିଥିଲେ ।

ଗାନ୍ଧାରୀ କାନ୍ଦିନଥିଲେ

ସେ ତ ମାଆ ଥିଲେ

ପୁତ୍ର ପ୍ରେମ ରେ ଅନ୍ଧ ଥିଲେ

ପୁତ୍ରମାନଙ୍କ ର ଭୁଲକୁ

ଅଣଦେଖା କରିଦେଇଥିଲେ

ସେଥିପାଇଁ ମିଳିଥିଲା ତାଙ୍କୁ

ସତପୁତ୍ର ବିୟୋଗ ର ବେଦନା

ନିୟତି ର ଥିଲା ଏହି ବିଡମ୍ବନା ।।


Rate this content
Log in

Similar oriya poem from Abstract