STORYMIRROR

lLeena Pani

Abstract

4  

lLeena Pani

Abstract

ସ୍ବଦେଶୀ

ସ୍ବଦେଶୀ

1 min
252

ସ୍ବଦେଶୀ ଶବ୍ଦ ର ନାହି ପଟ୍ଟାନ୍ତର 
ପ୍ରତ୍ୟେକ ମଣିଷ ଭିତରେ ଥାଏ ନିଜର ବିଚାର
ନିଜ ଦେଶର ମାଟି ପାଣି ପବନ 
ମନ ଭିତରେ  ଭରିଦିଏ ନୂତନ ଉନ୍ମାଦନ
ଆଜି ବିଦେଶର ଚାଲିଚଳନ ଆମକୁ କରିଛି ଅକ୍ତିଆର 
ଆମେ ଚାହୁଁଛୁ ଏଠାରୁ ମୁକ୍ତି ଦୁଆର ।

କାହିଁକି ମଣିଷ  ଆଜି ହଜି ଯାଇଛି
ତାର ଅନ୍ତରାତ୍ମା ଆଜି କାନ୍ଦୁଛି
କଣ ସେ ଭୂଲ କରିଛି
ସତରେ ଆଜି ସେ ଭୁଲିଯାଇଛି
ଧୋତି କୁର୍ତ ଶାଢୀ କୁ ଭୁଲି
ସାର୍ଟପ୍ୟାଣ୍ଟ କୁ ଆପଣେଇଛି
ମାଟି ଆଉ ଗୋବର ର ବାସନା କୁ ଛାଡି 
ଭୌତିକ ଗନ୍ଧ ର ଆନନ୍ଦ ନେଉଛି
ଆମର ସ୍ବାତିକ ଭୋଜନ  ଛାଡି
ଆଜି ପିଜା ପାସ୍ତା ରେ ଆମ ପେଟ ପୁରୁଛି
କାହିଁକି ମଣିଷ ଆଜି ଗତିହିନ ହୋଇଯାଇଛି ।

ଦିନେ ନା ଦିନେ ମଣିଷ
 ହଜିଯାଇଥିବା ରାସ୍ତା କୁ ଖୋଜି ପାଇବ
ସ୍ବଦେଶୀ କୁ ଯେବେ ଆପଣେଇବ
ତାକୁ ପ୍ରକୃତ ଖୁସି ମିଳିବ। 


Rate this content
Log in

Similar oriya poem from Abstract