STORYMIRROR

lLeena Pani

Inspirational

3  

lLeena Pani

Inspirational

କୃଷ୍ଣ ପ୍ରେମ

କୃଷ୍ଣ ପ୍ରେମ

1 min
282

କୃଷ୍ଣ ପ୍ରେମରେ ପାଗଳିନୀ

ରାଧା ,ମୀରା ଓ ମୁଁ ଅଭାଗିନୀ

କାହିଁକି ପାରୁନି କହି

ଜୀବନର ଅସରନ୍ତି ପ୍ରେମକୁ

ସମର୍ପି ପାରୁନି ମୁଁ ନିଜକୁ

ମୋର ଅକୁହା ବେଦନାକୁ

କୃଷ୍ଣ ପ୍ରେମରେ ପାଗିଳିନୀ

ମୁଁ ଖୋଜୁ ଥିଲି ତୁମକୁ

ପାଇବାକୁ ଚାହୁଁଥିଲି

ତୁମର ଅନାବିଳ ପ୍ରେମକୁ

ମୁଁ ମୋର ଆଖିର ଲୁହରେ

ତୁମକୁ ଅଭିଷେକ କରିବାକୁ ଚାହୁଁଥିଲି

ମୋର ହୃଦୟର ସ୍ପନ୍ଦନକୁ

ତୁମ ବାସୁରୀର ସ୍ୱରରେ

ମିସାଇବାକୁ ଚାହୁଁଥିଲି

ମୁଁ ତୁମ ପ୍ରେମରେ ପାଗଳିନୀ ଥିଲି ।


ତୁମକୁ ପାଇବା ଅସାଧ୍ୟ ଥିଲା

ମୁଁ ଜାଣିଥିଲି

ରାଧା ଓ ମୀରା

ସେହି ପବିତ୍ର ପ୍ରେମକୁ

ସାରା ଜୀବନ ହୃଦୟରେ ଧରିଥିଲେ

କାରଣ ସେ କୃଷ୍ଣଙ୍କୁ ପ୍ରେମ କରିଥିଲେ

ସମ୍ପୂର୍ଣ ଜୀବନକୁ ସେ ସମର୍ପି ଦେଇଥିଲେ

କୃଷ୍ଣ ଙ୍କ ପ୍ରେମରେ ସେ ପାଗଳିନୀ ଥିଲେ ।


ଆଜି ରାଧା ନାହିଁ

ମୀରା ନାହିଁ

ମୁଁ ଅଛି

ତୁମକୁ ମୋ ଜୀବନ ସମର୍ପି ଦେଇଛି ।

ଆଶା ନିରାଶା ଭିତରେ ମୁଁ ଗତି କରୁଛି

ତୁମ ନାମ ଜପିବାର ସୋଭାଗ୍ୟ ପାଇଛି

ଏଥିରେ ମୁଁ ତୁମର ସାନିଧ୍ୟ କୁ ଅନୁଭବ କରୁଛି

କୃଷ୍ଣ ର ପ୍ରେମରେ ପାଗିଳିନୀ

ଆଜି ମୁଁ ଜୀବନର ଅର୍ଥ

ଖୋଜି ପାଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational