ଅଦେଖା ମନ
ଅଦେଖା ମନ
କଳା ବାଦଲ ନଥିଲା ଆକାଶରେ
କାଳୀ ସାହିର ଛିଟାରେ
ଅସ୍ପଷ୍ଟ ଦେଖାଯାଉଥିଲା କାନଭାସ
ତଥାପି ମନ ଖୋଜୁଥିଲା
ସେହି ତୁଳୀକୁ
ଜୋରରେ ଜାବୁଡ଼ି ଧରିଥିବା
ସେହି ଅଦୃଶ୍ୟ ବଳିଷ୍ଠ ହାତର ସ୍ପର୍ଶକୁ ।
ସେହି କାନଭାସରୁ ସବୁକିଛି
ହଜିଯାଇଥିଲା
ଖାଲି ଟିପଟିପ ବର୍ଷାର ଚିହ୍ନ
ଆଙ୍କି ହୋଇ ରହିଥିଲା ।
ଅଣଦେଖା ସ୍ମୃତି ସବୁ
ନିଜର ଅସ୍ତିତ୍ବ ଖୋଜୁଥିଲେ ।
ତଥାପି ନୀରବରେ ମନ କାନ୍ଦୁଥିଲା
ହାତ ଠାରି ଡାକୁଥିଲା
ନିରବ ରାତ୍ରିର ଅଦୃଶ୍ୟ ସାଥିକୁ
ପୁଣିଥରେ ଅଙ୍କିବାର ବିଫଳତାକୁ
ଆଦେଖା ଯନ୍ତ୍ରଣା କୁ
ନିରେଖି ନିରେଖି ଦେଖୁଥିଲା ।
ହାରି ନଥିଲା ମନ
କାଦୁଅରେ ଭରି ଯାଇଥିଲା କାନଭାସ
କେବେ କାନଭାସ କୁ
କେବେ ଦେଖୁଥିଲା ଆକାଶ କୁ
ଆଖିରୁ ବୋହିଯାଉଥିଲା ମୋତି ସବୁ
ତାର ବେପରାହ ମନ ହଜି ଯାଇଥିଲା
ଆଉ ଅପେକ୍ଷା ନଥିଲା
ପାଦ ଗଣିବାର ଉପକ୍ରମ ଥିଲା ।