STORYMIRROR

lLeena Pani

Tragedy

3  

lLeena Pani

Tragedy

ଅସହାୟ ଝିଅଟି

ଅସହାୟ ଝିଅଟି

1 min
218

ଅସହାୟ ଝିଅଟି ବସିରହିଥିଲା

ତାର ଅସହାୟତା ସ୍ପଷ୍ଟବାରି ହେଉଥିଲା

ମୁହଁର ଭାବକୁ

ଲୁଚାଇବା ପାଇଁ ଅଦ୍ୟମ ଚେଷ୍ଟା ଥିଲା

ଅସହାୟ ଝିଅଟି ବସିରହିଥିଲା ।

ସୁନ୍ଦର ଦେଖା ଯିବାର ମିଛ ଚେଷ୍ଟା ଥିଲା

ନିଜକୁ ଆକର୍ଷିତ କରିବାକୁ

କଳାର ଗାରରେ ସୁପ୍ତ ଆଖିକୁ

ବିରାଟ କରିବାର ବୃଥା ଅଭିପ୍ରାୟ ଥିଲା

କଫି ପିଇ ସବୁକିଛି ଭୁଲି ବାକୁ ଚାହୁଁଥିଲା ।

ବିଗତ ରାତ୍ରିର ଅଭିସାରିକା

ଆଗାମୀ ରାତ୍ରି ପାଇଁ ଅପେକ୍ଷାରତ ଥିଲା

ହୃଦୟ ଓ ମନ ସବୁକିଛି କୁ

ପଛରେ ଛାଡି ଆସିଥିଲା ।

ତାର ଅସହାୟତା ରେ 

ସେ କାନ୍ଦୁନଥିଲା 

ଏକ ବିଦ୍ରୁପ ବିଳାପ 

ସବୁଆଡେ ଗୁଞ୍ଜୁ ଥିଲା ।



Rate this content
Log in

Similar oriya poem from Tragedy