ପ୍ରେମ
ପ୍ରେମ
ପ୍ରେମର ସଂଜ୍ଞା ନଥିଲା
ଅନୁଭବର ବ୍ୟାଖ୍ୟା ଥିଲା
ପ୍ରେମର ଚଲାପଥ
କଣ୍ଟକିତ ଥିଲା
ତଥାପି ଏହି ପଥର ପଥିକଙ୍କ
ସଂଖ୍ୟା କିଛି କମ୍ ନଥିଲା ।
ପ୍ରେମ ଯୁଗେଯୁଗେ ସ୍ଥାପିତ ଥିଲା
କେବେ ତାହା ପବିତ୍ର ଥିଲା ତ
ଆଉ କେବେ ଅପବିତ୍ରର
ମୁଖା ପିନ୍ଧି ବୁଲୁଥିଲା ।
ପ୍ରେମର ସଂଜ୍ଞା ନଥିଲା ।
ପ୍ରେମିକ ଭୁଲି ଯାଏ
ତାର ପରିଧିକୁ
ଖିନଭିନ କରେ
ମନ ଆଉ ଦେହକୁ
କ୍ଷଣିକ ସୁଖ ପାଇଁ
ମଣିଷ କରିଥାଏ ଏହି ଭୁଲକୁ
ଆଉ ପ୍ରେମ କଳଙ୍କିତ ହୁଏ
କାରଣ ପ୍ରେମର ସଂଜ୍ଞା ନଥାଏ ।
କିନ୍ତୁ ଏହି ପ୍ରେମ ବିନା
ଜୀବନ ନିରର୍ଥକ
ଏକ ସୁନ୍ଦର ଜୀବନର
ପରିକଳ୍ପନାରେ
ମଣିଷ ପ୍ରେମ କରେ
କେବେ ହାରେ
କେବେ ଜିତେ
ତଥାପି ମଣିଷ ପ୍ରେମ କରେ
କାରଣ ପ୍ରେମର ସଂଜ୍ଞା ନଥାଏ ।

