ଅହଲ୍ୟା
ଅହଲ୍ୟା
ଅହଲ୍ୟା ଆଜି ନିରବ
କାହାକୁ ଦୋଷ ଦେବ
ନା ଭାଗ୍ୟକୁ ନା ନିୟତିକୁ
ସେମିତି ସେ ପାଷାଣ ହୋଇ ଠିଆହୋଇ ଥିବ
ଯୁଗ ଯୁଗ କୁ ।
ସେଦିନ ଅହଲ୍ୟା ବି ପଚାରି ଥିଲା
ମୋର ଦୋଷ କଣ ଥିଲା
ଇନ୍ଦ୍ର ର କାମନା ର ପୂର୍ତ୍ତି ଥିଲା
ତାକୁ ଶାସ୍ତି ମିଳିବା ଅନିର୍ବାଯ୍ୟ ଥିଲା ।
ଅହଲ୍ୟା ପ୍ରତି ଅନ୍ୟାୟ ହୋଇଥିଲା
କିନ୍ତୁ ତାର ମୁହଁ ଖୋଲିବାର ଉପାୟ ନଥିଲା
ତାକୁ ପାଷାଣ କରାଯାଇଥିଲା
ପଥର କଣ କହିପାରେ
ତାର ମନର ବେଦନାକୁ
ଖାଲି ଦେଖୁଥାଏ
ବର୍ଷ ମାସ ବିତି ଚାଲିଥାଏ ।
ରାମଚନ୍ଦ୍ର ଆସିଥିଲେ
ଅହଲ୍ୟା ର ମନର ଅକୁହା ବେଦନାକୁ ବୁଝିଥିଲେ
ଏକ ନାରୀ ର ସଂମାନ କୁ
ଫେରାଇ ଦେଇଥିଲେ ।
ଆଜି ଅନେକ ଅହଲ୍ୟା
ପାଷାଣ ହୋଇ ଠିଆ ହୋଇଛନ୍ତି
ନୀରବରେ ଲୁହ ବୋହିଚାଲିଛି
ଅପେକ୍ଷାରତ
ସେ ଯୁଗ ପୁରୁଷର
ନିଶ୍ଚୟ ସେ ଦିନ ଆସିବ
ସମସ୍ତଙ୍କର ଜୀବନ ହସିଉଠିବ ।
