STORYMIRROR

lLeena Pani

Drama

3  

lLeena Pani

Drama

ଫିକା ଫିକା ସ୍ମୃତି

ଫିକା ଫିକା ସ୍ମୃତି

1 min
228

ମନ ମୋର କାନ୍ଦୁଥିଲା

ହସୁଥିଲା ଦୁନିଆଁ

ହୃଦୟର ପ୍ରତିଟି କୋଣରେ ତୁମେ ଥିଲ

କାହାକୁ ଦେଖାଇବାର ଉପାୟ ନଥିଲା

ମୁଁ ତୁମର ପ୍ରତ୍ୟେକ ସ୍ମୃତିକୁ

ପ୍ରତିଦିନ ସଜାଡି ରଖୁଥିଲି

ତାକୁ ନେଇ ବଞ୍ଚିବାର ପ୍ରୟାସ କରୁଥିଲି 

ଏମିତି ଅନେକ ରାସ୍ତା ଅତିକ୍ରମ ବି କରିଥିଲି ।

ତୁମେ ମୋ ସାଥିରେ ନଥାଇ ବି 

ମୁଁ ତୁମକୁ ଅନୁଭବ କରୁଥିଲି 

ତୁମ ଉଷ୍ମତାକୁ 

ତୁମର ଶ୍ୱାସ ପ୍ରଶ୍ୱାସକୁ 

ମୁଁ ମୋ ଭିତରେ ସାଇତି ରଖିଥିଲି ।

ଲୋକଙ୍କର ଆକ୍ଷେପକୁ ମୁଁ ଅଣଦେଖା କରି

ତୁମ ସ୍ମୃତିକୁ ନେଇ ଆଗେଇ ଚାଲୁଥିଲି ।

ସ୍ମୃତିକୁ ନେଇ ଚାଲିବା ଦୁଃସହ ଥିଲା

ଭବିଷ୍ୟତର କଳ୍ପନାରେ ଅନ୍ଧକାର

ସବୁଆଡେ ବ୍ୟାପି ଥିଲା । 

ତୁମ ସ୍ମୃତି ଆଜି ଫିକାଫିକା ଲାଗୁଥିଲା

 କାନ୍ଦିବାକୁ ଚାହିଲେବି କାନ୍ଦି ପାରୁନଥିଲି

ତୁମ ସ୍ମୃତିକୁ ବାରବାର ମାନେପକାଇବାକୁ

ଚେଷ୍ଟା କରୁଥିଲି ।

ଆଜି ଆଉ ମନ ନଥିଲା ଅତୀତ କୁ ଯାଇ

ତୁମର ସ୍ମୃତିକୁ ସାଉଁଟି ବାକୁ ।

ତୁମକୁ ଭୁଲିବାକୁ ଚାହୁଁଥିଲି

ଭାରାକ୍ରାନ୍ତ ମନକୁ 

ଆଉ ଧରିରଖିବାକୁ ଚାହୁନଥିଲି

ସେଥିପାଇଁ ନୂତନ ରାସ୍ତା ଖୁଜୁଥିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama