Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debjani Sathua

Drama Romance Tragedy

4.1  

Debjani Sathua

Drama Romance Tragedy

ସ୍ମୃତି ବିଭବ

ସ୍ମୃତି ବିଭବ

1 min
473


ଆତ୍ମା ତ ଅଜର ଅମର 

      ଶରୀର ଟା ଖାଲି ନଶ୍ୱର ।


ପ୍ରିୟତମ, ହେ ମୋ ଇହଜନ୍ମ ଈଶ୍ୱର ,

    ଅଜଣା ନାହିଁ ତ ଅନ୍ତର ଶୂନ୍ୟତା ମୋର। 


ତୁମେ ଗଲା ପରେ, 

       ଥମିନି ଗଗନ 

           ଥମିନି ପବନ 

               ଥମିନି ଜୀବନ। 


ଆଗକୁ ବଢିଛି ବି ଏ ପ୍ରିୟା ତୁମର,


 ସାହାରା ତୁମ ସେଇ ପ୍ରିତି ଭରା ସ୍ମୃତିର ।

      ପୁଣି ଆମ ଅଲିଅଳି ମନକିଣା ହସର ।


ବୁଜିଦେଇ ପେଡି ମୋ ଲୁହର ,

    ବାସ ହୋଇଲା ପିତ୍ରାଳୟ ମୋର। 


କିଛିକାଳ କାଟିଲା ଏ ଅନ୍ତର 

           ଲୁଚାଇ ହୃଦେ ସନ୍ତାପ ଘୋର।


ଆଗକୁ ବଢିଲା ଦୃଢମନା ପ୍ରିୟା ତୁମର, 

        ସାଉଁଟି ଉର୍ଜା କିଛି ତୁମରି  ଛବିର


କିଛି ହସ ଦେଇ ହସିଲି 

         ଆମ ପିତାମାତାଙ୍କ ମୁଖରେ ।


ଗଢିଲି ସରଳ ମଧୁର ଜୀବନେ 

        ଦୁହିତାକୁ ଆମ ଯତ୍ନ ସହକାରେ। 


ଆଶାର କିରଣ ଥିଲ ସଦା 

         ତୁମେ ଆତ୍ମାର ଅଗୋଚରେ ।


ହେ ସ୍ୱଳ୍ପ କାଳ ସାଥୀ ମୋର, 


   ଅମର ପ୍ରେମେ ଭରିଛି ମୋ ତିମିର, 

    ସେଇମାତ୍ର ବାର ବର୍ଷର ସାନ୍ନିଧ୍ୟ ତୁମର। 


ହରାଇଛି ବି ଆମ ପୂଜ୍ୟ ପିତାମାତାଙ୍କୁ

    ଜୀଇଁଛି ଚାହିଁ ତୁମ ପ୍ରଦତ୍ତ ଉଜ୍ବଳ ପଥକୁ। 


ତୁମ ପରେ ମୋ ପ୍ରିୟ ,

     ଅଛି ତ କିଛି ଯାତନା ଏଠି ,


ପାଇଛି ବି ସୌହାର୍ଦ୍ୟ ସ୍ପର୍ଶର ଅଭୟ ,

        କିଣି ଥିଲା ଯାହା ତୁମରି ଉଦାର ହୃଦୟ ।


ଆତ୍ମା ତ ଅଜର ଅମର ...

        ଜ୍ଞାତରେ ତୁମ ସବୁ ନା,!


ପାଇଛି ଯେ ସଙ୍ଗୀନୀ ଅନନ୍ୟା ,

   ବାଣ୍ଟିଛି ତାରେ କେତେ ଅନ୍ତର ଭାବନା। 


ଅମାପ ଆତ୍ମ ବିଶ୍ଵାସେ ଜାଗିଛି ମୋ ଚେତନା। 

              ଆଉ ଏକ ଯୁଗ ବିତାଇଛି ତୁମ ବିନା ।


ପଢାଇଲି ବଢାଇଲି କନ୍ୟାକୁ ଆମ।

                     ସାରି ତୁମ ସଞ୍ଚିତ ଧନ,।


ସଜାଇଛି ସଂସାର ତା' ବିଭାବେଳେ

                       ଢାଳି ସେନେହ ରତନ।  


ଦେଖୁଛ ନା ସବୁ ଉହାଡୁ ବୌମର ,!


 ହେଉଥିବ ନିଶ୍ଚୟ ବିଭୋର ;

      ଲଭି ନାତି ପାକୁଆ ହସର ସମ୍ଭାର ।


କରିଛି ନା ଦାୟିତ୍ୱର ସଠିକ ସଂପାଦନ,?


    ଦେଖି କନ୍ୟାାର ଅଙ୍କୁରିତ ସଂସାର ଉଦ୍ୟାନ, 

           ଲୋତକେ ସ୍ନାତା ଏ ବେନି ନୟନ। 


ତୋଳି ଧରି ସ୍ମୃତି ବିଭବ ଆନ, 

     ବିତାଇବି ମୋ ବଳକା ଜୀବନ। 


ଆତ୍ମା ତ ଅଜର ଅମର 

      ଶରୀର ଟା ଖାଲି ନଶ୍ୱର ।


  


 


Rate this content
Log in