STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ମହାପ୍ରଭୁଙ୍କ କାଳୀୟଦଳନ ବେଶ

ମହାପ୍ରଭୁଙ୍କ କାଳୀୟଦଳନ ବେଶ

1 min
252

 

ହେ ମହାପ୍ରଭୁ ଜଗତଠାକୁର

     ତୁମ ପାଦେ କୋଟି କୋଟି ଜୁହାର,

ତୁମେ ତ ସୃଷ୍ଟିକର୍ତ୍ତା ସୂତ୍ରଧର

      ଏକ ଡୋରରେ ବାନ୍ଧିଛ ସଂସାର।

ତୁମ ବେଶଭୂଷାର ରୂପକାନ୍ତି

         ଦର୍ଶନେ ମିଳେ ପରମ ଶାନ୍ତି,

ସକଳେ ତୁମକୁ ଯେ ଧ୍ୟାୟୀଥାନ୍ତି

        ହୃଦରୁ ତୁମେ ଦୂର କର ଭ୍ରାନ୍ତି।

ବିଭିନ୍ନ ତିଥି ସ୍ବତନ୍ତ୍ର ଦିବସେ

        ଉଭା ହୁଅ ଦିବ୍ୟରୂପ ପ୍ରକାଶେ,

ତୁମେ କାଳୀୟଦଳନର ବେଶେ 

        ଭକ୍ତି ଭରି ଦିଅ ଜନ ମାନସେ।    

ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ 

        ଏ ବେଶ ହୁଅ ତୁମେ ହସି ହସି,

ଦେଖି ଆନନ୍ଦାଶ୍ରୁ ପଡଇ ଖସି

         ଶ୍ରଦ୍ଧାଳୁ ଭକତେ ହୁଅନ୍ତି ଖୁସି।

ଦ୍ଵାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ

        କାଳୀୟର ଗର୍ବ କଲେ ଦଳନ,

ସେ ସ୍ମୃତି ସ୍ମରଣେ ଦେଇ ଦର୍ଶନ

          କରାଅ ଭକତଙ୍କୁ ସଚେତନ।

ଶ୍ରୀମନ୍ଦିରର ରତ୍ନସିଂହାସନେ

         ପ୍ରଭୁ ଜଗନ୍ନାଥ ଉପବେଶନେ,

କାଳୀୟଦଳନ ବେଶ ଦର୍ଶନେ

         ଭକ୍ତଙ୍କର ଥାଅ ମନ ରଞ୍ଜନେ।

ସାତଟି ଫଣାଥିବା କଳାନାଗ

         ଉପରେ ପ୍ରଭୁ ନାଚିବାର ବାଗ,

ପାଦ କାଳୀୟ ମସ୍ତକର ଭାଗ

        ରଖିଥାଅ କରି ତା'ପରେ ରାଗ।

ବାମ ହାତରେ କାଳୀୟର ଲାଞ୍ଜ

        ଧରିଥାଅ ଶିଙ୍ଗା କରି ସେ ଖଞ୍ଜ,

ଅନ୍ୟ ହାତେ ଫୁଟା ପଦ୍ମ ସତେଜ

       ଦୁଇ ପାର୍ଶ୍ଵେ କାଷ୍ଠ ନାଗୁଣୀ ସଜ।

ପ୍ରଭୁ ବଳଭଦ୍ର ହସ୍ତଦ୍ଵୟରେ

         ଥାଆନ୍ତି ଧରି ହଳ ମୂଷଳରେ,

କାଷ୍ଠ ଗାଈ ବାଛୁରୀ ସମ୍ମୁଖରେ

        ସଜାଇ ଥାନ୍ତି ଯତ୍ନ ସହକାରେ।

ଏ ଦୃଶ୍ୟ ମାର୍କଣ୍ଡ ପୋଖରୀ କୂଳେ

        ଦେଖୁଥାନ୍ତି ରହି ଜନ ସକଳେ,

ଅଭିନୟରେ ଦେଖାନ୍ତି ସେ କାଳେ

        ପ୍ରଭୁଙ୍କର ଲୀଳା ଭାବ ବିହ୍ବଳେ।

କାଳିନ୍ଦୀ ହ୍ରଦର ଘଟଣା ନେଇ

       କାଳୀୟ ଦଳନ ଦୃଶ୍ୟ ଦେଖାଇ,

ପ୍ରଭୁ ଦିଅନ୍ତି ସ୍ମରଣ କରାଇ

       ଶାନ୍ତିରେ ରୁହ ଗର୍ବ ନ ଦେଖାଇ।

ଧନ୍ୟ ମହାପ୍ରଭୁ ତୁମ ମହିମା

         ନାହିଁ ତାର ନିର୍ଦ୍ଦିଷ୍ଟ ପରିସୀମା,

ତୁମେ ବିଶ୍ଵ ବ୍ରହ୍ମାଣ୍ଡର ମଣିମା

      ଦୋଷ ମୋର କର ବାରେ କ୍ଷମା।

ତୁମେ ଅନନ୍ତ ଅକ୍ଷୟ ଅସୀମ

         ତୁମ ଲାଗି ସୁନ୍ଦର ଧରାଧାମ,

ତୁମ ପାଶେ ରହୁ ମୋ ଭକ୍ତି ପ୍ରେମ

       ହୃଦୟରୁ ଘେନ ମୋର ପ୍ରଣାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract