STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ସପ୍ତ ୠଷି

ସପ୍ତ ୠଷି

1 min
356


ପୁରାଣ ବର୍ଣ୍ଣିତ ମନ୍ଵନ୍ତର ଧାରେ

ଋଷିଙ୍କ ଜ୍ଞାନ ପ୍ରତ୍ୟକ୍ଷ

ପ୍ରତି ମନ୍ୱନ୍ତର ସାତୋଟି ଋଷିଙ୍କ 

ନାମ ହୋଇଛି ଉଲ୍ଲେଖ

ଚତୁର୍ଦ୍ଦଶ ମନ୍ବନ୍ତର ବର୍ଣ୍ଣନାରେ

ଭିନ୍ନ ଭିନ୍ନ ସପ୍ତ ୠଷି 

ଶତପଥ ବ୍ରାହ୍ମଣ,ମହାଭାରତ

ଅନୁଯାୟୀ ଅନ୍ୟ ୠଷି

ବଶିଷ୍ଠ,ବିଶ୍ୱାମିତ୍ର, କଣ୍ୱ,ଭରଦ୍ୱାଜ

ଅତ୍ରି ଆଉ କାମଦେବ

ଶୈନକ ସହିତ ସପ୍ତ ୠଷିଙ୍କର 

ପରିଭାଷିତ ପ୍ରଭାବ

କଶ୍ୟପ, ବଶିଷ୍ଠ, ମରିଚି,ଅଙ୍ଗିରା

କ୍ରତୁ, ପୁଲହ, ପୁଲସ୍ତ୍ୟ 

ସପ୍ତର୍ଷି ନାମରେ ଅନ୍ୟ ଋଷି ଗଣ

ଶାସ୍ତ୍ର ଆଧାରିତ ମତ 


ବୈଦିକ ଧର୍ମର ସଂରକ୍ଷକ ଭାବେ

ସପ୍ତର୍ଷି ମାନ୍ୟତା ପ୍ରାପ୍ତ

ବ୍ରହ୍ମାଙ୍କ ମାନସ ସନ୍ତାନ ଭାବରେ

ଉତ୍ପତ୍ତି ବିଧି ସଙ୍ଗତ

ପୁରାଣ ଯୁଗରେ ଋଷି ମୁନି ଗଣ 

ଗୁରୁ ମାନ୍ୟତା ସହିତ 

ଯୋଗ ,ଧର୍ମ , ବେଦ,ପୁରାଣ,ବିଜ୍ଞାନ

ହେଉଥିଲା ଶିକ୍ଷା ପ୍ରାପ୍ତ

ମାନବ ଜାତିକୁ ମାର୍ଗ ଦର୍ଶନର

ଗୁରୁ ଦାୟିତ୍ବ ସହିତ

ପୃଥିବୀ ପୃଷ୍ଠରେ ସନ୍ତୁଳନ ରକ୍ଷା 

ଋଷିଙ୍କ ଥିଲା ଦାୟିତ୍ବ 

ବ୍ରହ୍ମ ଜ୍ଞାନ ଜ୍ଞାତ ଥିଲା ଋଷିଙ୍କର

ତେଣୁ ବ୍ରହ୍ମର୍ଷି ନାମରେ

ଜ୍ଞାନ ଦାନ ସହ ସଦା ଥିଲେ ବ୍ରତୀ

ଜନ କଲ୍ୟାଣ ସେବାରେ 

ବିଶ୍ଵାମିତ୍ରଙ୍କର ତପ ନିଷ୍ଠା ପ୍ରତି

ବ୍ରହ୍ମା କ୍ରମେ ଅବଗତ

ତପୋବଳ ବଳେ ବିଶ୍ଵାମିତ୍ର ଋଷି

ବ୍ରହ୍ମର୍ଷି ଉପାଧି ପ୍ରାପ୍ତ 

ସପ୍ତ ଋଷିଙ୍କର ଦିବ୍ୟ ଶକ୍ତି ବଳ

ଦେବତା ଠାରୁ କଠିନ

ଏକ ମନ୍ଵନ୍ତର ଶେଷ ହେବା ପରେ

ବ୍ରହ୍ମ ରେ ହୁଅନ୍ତି ଲୀନ 

ସପ୍ତର୍ଷି ମଣ୍ଡଳ ସପ୍ତ ଋଷି ନାମେ

ପ୍ରମାଣିତ ସହଜରେ

ନିଗୂଢ଼ ରହସ୍ୟ ପ୍ରତି ଋଷିଙ୍କର

ବର୍ଣ୍ଣିତ ବେଦ ଶାସ୍ତ୍ରରେ

ମୁନି ଋଷି ବିନା ଏ କଳି ଯୁଗରେ 

ସାଧୁ ନାମେ ବ୍ୟଭିଚାର

ରାଜନୀତି ଓ ବେପାର ହେଉଛି

ଧର୍ମ ବିନା ଭ୍ରଷ୍ଟାଚାର

ବେଦ ଓ ପୁରାଣ ହେଉ ଅଧ୍ୟୟନ

ଗୃହସ୍ଥର ଏକ ନୀତି 

ଶାସ୍ତ୍ର ଜ୍ଞାନ ଶିକ୍ଷା ନିହାତି ଜରୁରୀ 

ଭବିଷ୍ୟତ ପିଢ଼ି ପ୍ରତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract