STORYMIRROR

Biswanath Nayak

Abstract Others

4  

Biswanath Nayak

Abstract Others

ଆମନ୍ତ୍ରଣ

ଆମନ୍ତ୍ରଣ

1 min
443


ଓଦା ମାଟିର ବାସ୍ନାରେ

ପୁଲକିତ ହେଉଥିଲା

ମୋର ସାରା ତନୁ ଆଉ ମନ। 


ଅନ୍ତରର ପ୍ରତି କୋଣ ଅନୁକୋଣ

ଅନୁଭବ କରୁଥିଲା

ଭିନ୍ନ ଏକ ମାଦକତା ଆଉ ଶିହରଣ।  


ନିରାଜନା କରିବାକୁ

ମାଟି ମାଆର ସେ କାନ୍ତ,

କମନୀୟ ଆଭା,

ବ୍ୟାକୁଳିତ ଥିଲା ମୋ ପରାଣ।  


ଚୁନା ଫୁଲର ହସରେ

ସଜା ହୋଇରହିଥିବା

ସବୁଜ ଘାସ ଗାଲିଚା,

ତା କୋଳରେ ଶୋଇରହି

ଆଞ୍ଜୁଳା ଆଞ୍ଜୁଳା କରି

ପିଇବାକୁ ଭିଜା ମାଟି ବାସ୍ନା,

କରୁଥିଲା ମୋତେ 

ସ୍ନେହବୋଳା ଆମନ୍ତ୍ରଣ। 


ହିମ ମୃଦୁ ହିଲ୍ଲୋଳରେ

ଝୁଲି ଝୁଲି ଖେଳୁଥିବା

କଦମ୍ବ ଫୁଲଟା

ମନ ବାତାୟନ ଫାଙ୍କେ

ହାତଠାରି ଡାକୁଥିଲା

ମୋତେ ତା' ପାଖକୁ। 


ଜୀବନ ଯମୁନା କୂଳେ

କେଳି କଦମ୍ବର ମୂଳେ

ନିରବରେ ବସିରହି,

ନିଜ ହୃଦୟ କନ୍ଦରୁ

ଭାସି ଭାସି ଆସୁଥିବା

ବଇଁଶୀର ସୁମଧୁର ସ୍ଵନ ଶୁଣିବାକୁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract