STORYMIRROR

Akshayakumar Dash

Abstract Inspirational

4  

Akshayakumar Dash

Abstract Inspirational

ମହିଳା ଦିବସ

ମହିଳା ଦିବସ

1 min
495

ମହିଳା ଦିବସ ପାଳନ

କେବଳ ଗୋଟିଏ ଦିନ

ନହେବ କାହିଁକି ସବୁଦିନ ?

ପଥର ତଳର ଘାସ ହୋଇ ରହୁଥିବ

ପାଦ ତଳ ଜୋତା କରି ଚାଲୁଥିବ ।

ତାଙ୍କ ପାଇଁ କେତେ ଦରଦରେ ଭାଷା

ଦେବୀ, ଦୁର୍ଗା, ଲଖିମୀ କିନ୍ତୁ ପୁଣି

ନିର୍ଯାତନା ଦେଖି ହସ୍ତ ରେଖା

ଦୟାରେ ବଞ୍ଚିଛି ଭାବି ହୁଏ ଲୋକହସା

ଆଲୋକକୁ ଆସିବାକୁମନା

ପବନରେ ବୁଲିବାକୁ ଡର

ଝୁଣ୍ଟି ଝୁଣ୍ଟି ପଡି ଉଠି ଜୀବନ କେବଳ

ବୃକ୍ଷ ଠାରୁ ମିଳୁଥାଉ ଛାଇ,ଫଳ

ନୁହେଁ ଦିନେ ସବୁଦିନ ଆଲୋକ ଆହ୍ୱାନ

ସମକକ୍ଷ ସମତାଳ ପ୍ରବାହ ବେଗରେ

ସମୟର ଆହ୍ୱାନରେ

ସବୁଦିନ ହେଉ ଏବେ ମହିଳା ଦିବସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract