STORYMIRROR

Akshayakumar Dash

Action Classics Inspirational

3.8  

Akshayakumar Dash

Action Classics Inspirational

ଜମି

ଜମି

1 min
53


କେଉଁ କାଳୁ ପଡ଼ିଛି

ଧୂଳି ଧୂସର ମାଟି କାମୁଡି

ବୈଶାଖୀ ଖରା

ଶ୍ରାବଣ ବର୍ଷା

କି ଶୀତ କାକର ରାତି ଦିନ

ହିଡ ହାଡ ପରି,

ସବୁଜ ଭରେ ଦେହତ

ଅମଳ ପରେ ପଡିଆ ପଡେ

ଗ୍ରୀଷ୍ମ ତାତିରେ

 ଚିରା ଶିରା ପ୍ରଶିରା ଦେହସାରା

ଝଡ ବର୍ଷା ଦେହସୁଆ।

ମାଟି ମୋର ଗୁରୁ

ଶିଖେଇଚି ସମାଧି ସାଧନା

ଯେମିତି ପବନ ଓ ଜୀବନ

ଆକାଶ ତଳେ ଯାହା ଦେଖୁଛ

ସବୁର ଗତି ମାଟି କି ପାଉଁଶ

ମୁଁ ତ ସେଇ ମାଟିର ଜମି

ତୋର ମୋର ଲୋକଙ୍କର

 ହିଡ଼ ଭିତରେ ପରିଧି।

ଆମ ବିଚାର ବାହାରେ

ଆଉ ଗୋଟିଏ ସଭ୍ୟତା

ଗୋଟିଏ ପରିବାର ବସୁଧା

ସମସ୍ତଙ୍କ ମଙ୍ଗଳ ପାଇଁ

ନିଜର ମଙ୍ଗଳ ତାର ବାର୍ତ୍ତା

ମୋ ଦେହରେ କେତେ ପ୍ରକଳ୍ପ

ଯୋଜନା ରୂପାୟନ

ଗୃହ , ଆଶ୍ରମ, ଜଙ୍ଗମ

ଜଳାଶୟ, ଫସଲ, ଯେତେ

ସଂକୀର୍ଣ୍ଣ, ଭେଦ ଓ ବିଭେଦ ସେତେ,

 ସ୍ଥାବର ଅସ୍ଥାବର ପତିତ

 ପଟ୍ଟାର ସଂକେତ ପରି

ମୂଲ୍ୟ ନିର୍ଦ୍ଧାରିତ ତୁମର ହିସାବ 

ପଶୁ, ପକ୍ଷୀ, କୀଟ, ପତଙ୍ଗ

ବୃକ୍ଷ, ବନ, ନଦୀ, ପର୍ବତ

କେ କାହାଠାରୁ ଅଭିନ୍ନ

ଅଂଶୁ, ଜଳ, ପ୍ରାଣ, ମାଟି, ଆକାଶ

ପଞ୍ଚ ଭୂତ ମାନେ ଅନଭିଜ୍ଞ

ମୋ ଛାତିରେ ପାଦ ଥୋଇ

ମୋ ଛାତିରେ ହାତ ପିଟି

ବିଜ୍ଞତା ପରିଚୟ ଦିଅ

ଜମି ଭୂମି ମରୁଭୂମି ସାଗର ଶୈଳ

ଆମେ ସବୁ ଆକାଶର ତଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action