STORYMIRROR

Akshayakumar Dash

Action Inspirational Children

4.3  

Akshayakumar Dash

Action Inspirational Children

ସନ୍ଥ

ସନ୍ଥ

1 min
256


ଆମରି ପରି ମଣିଷ ଟିଏ

ନିଜକୁ ବଡ କହେନି ସିଏ

ସବୁରି କଥା ଶୁଣଇ ବୋଲି

ସରବେ କଲେ ଆଦର 

ତାପାଖେ ଧନୀ ଗରିବ ଏକା

ବଇରୀ ନାହିଁ ତାହର।


ଅରଟ ଧରି କାଟଇ ସୂତା

ଦେହର ନାହିଁ ଖଣ୍ଡେ କୁରୂତା

ଚଦର ଧୋତି ଦେହରେ ମୋତି

ବୁଲଇ ସାରା ଜଗତ

ଅହିଂସା ନୀତି ପ୍ରଚାର ତାର

ହୃଦୟ ବଡ ଦରଦ।


ଆମର ଦେଶ ଫିରିଙ୍ଗି ବାସ

ଶାସନ କଲେ ହୋଇଲୁ ଦାସ

ଅନଶନରେ ବସିଲେ ଆସି

ହିଂସାର ବାଟ ଓହରି

ଜନ ଜୀବନ ସୁରକ୍ଷା ପାଇଁ

ଅହିଂସା ପଥେ ବାହାରି ।


ଭାରତ ସାରା ଗଲାଟି ଖେଳି 

ଲୋକଙ୍କୁ ସବୁ କରିଲେ ମେଳି 

ହୋଇବା ଆସ ସ୍ବାଧିନ

ମାତିଲେ କେତେ ଜନ ନାୟକ

ସୁବାସ ବୀର ମହାନ।


ଛୁଆଁ ଅଛୁଆଁ ରହିଲା ନାହିଁ

ଧରମ ଭେଦ ବିରୋଧ ପାଇଁ

ବାପୁଜୀ ଦେଲେ ବାରତା

ମୁସଲମାନ ହିନ୍ଦୁ ଭାଈ

ଚାଲିବା ରଖି ଏକତା।


ଇଶ୍ଵର ଆଲ୍ଲା ତେରେ ନାମ

ସରବଙ୍କ ଜଣେ ଭଗବାନ 

ରାମ ରାଜ୍ୟର ଭାବନା 

ବାପୁଙ୍କ ପରି ମହାନ୍ ସନ୍ଥ

ଫେରିବା ପାଇଁ କଳ୍ପନା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action