STORYMIRROR

Neelamadhab Rath

Abstract Inspirational Others

4  

Neelamadhab Rath

Abstract Inspirational Others

ଲକଡାଉନ୍

ଲକଡାଉନ୍

1 min
320

କରୋନା କରୋନା କରୋନା

ଦୁନିଆଟାକୁ କଲାଣି ଟିଣିଟିଣା

ଗୋଡାଉଛି ମଣିଷମାନଙ୍କୁ

ବିସ୍ତାରିବାକୁ ତା କାୟା

ପଶିବ ନାକରେ, ପଶିବ ପାଟିରେ

ପଶିଯିବ କାନ ବାଟେ

ଏଇଠି ସେଇଠି ସବୁଠି ବୁଲୁଛି

ସତେକି ମରଣ ଯନ୍ତା

ଗୃହବନ୍ଦୀ ହେଲେ 

ମାନବ ସମାଜ

ବନ୍ଦକରି ନିଜ ପେଶା

ସ୍କୁଲ ବନ୍ଦ, ଅଫିସ୍ ବନ୍ଦ

ବନ୍ଦ ସବୁ ସପିଙ୍ଗ ମଲ୍

ବାହାବ୍ରତ ବନ୍ଦ, ମାଇକ୍ ବନ୍ଦ

ବନ୍ଦ ସିନେମା ହଲ୍

ନିରବତା ର ଭୟଙ୍କର ସ୍ବର

ସହରର ସୀମା ବନ୍ଦ

ରାସ୍ତା ଗଳିରେ କରୋନା ବୁଲୁଛି

ହାତରେ ଧରିକି ମରଣ ଫାସ

ହାତ ଧୋଇ ଧୋଇ

କବାଟ କିଳୀକି

ଘରେ ରହିବାଟା ସାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract