STORYMIRROR

Neelamadhab Rath

Drama Horror Tragedy

3  

Neelamadhab Rath

Drama Horror Tragedy

ପିଶାଚ ଯୁଗେ ଯୁଗେ

ପିଶାଚ ଯୁଗେ ଯୁଗେ

1 min
304

ସାରା ସହରଟା ଶୂନଶାନ୍

ଆଲୋକରେ ଭରପୁର

ତଥାପି ମିଳିଯାଏ କିଛି

ଅନ୍ଧାରୁଆ ଗଳି । 


ପିଶାଚଟା ମାଡିଚାଲେ 

ନିଶାରେ ମସଗୁଲ ହୋଇ

ଢେଲା ଢେଲା ନାଲି ଆଖି ଦୁଇ

ଫିଙ୍ଗି ଚାଲିଥାଏ ଲେଲିହାନ୍ ଦୃଷ୍ଟି ।

ଖୋଜୁଥାଏ ଖାଲି ଜିଅନ୍ତା ଯୁବତୀ ମାଂସ

ରଚିବାକୁ ପିଶାଚର ଅଭିସାର ।

କ୍ଷଣେ ପ୍ରତିକ୍ଷଣେ 

ବାଟ ଅବାଟରେ

ମିଳିଯାନ୍ତି କିଛି 

ବେବିନା, ମାଧୁରୀ, ଇତିଶ୍ରୀ ଅବା

ସସ୍ମୀତା ପରି ଅବଳା ନାରୀ ।

ରକ୍ତ ମାଂସ ଖୀନ୍ ଭିନ୍ନ କରିଚାଲେ

ଶିକାରର ଶେଷ ନିଶ୍ବାସ ଯାଏ ।

 

ନ୍ୟାୟର ମନ୍ଦିରେ 

ତାରିଖର ଆହୁତିରେ

ଅସହାୟ ନର୍ଭୟାଟା

ହୁରୁଡାଏ ବସି ବୟସର ଶାଗୁଣା ପଲକୁ

ଯିଏ ନିତୀ ଖୀନ୍ ଭୀନ୍ 

କରୁଥାଏ ଅସଂଯତ ଯିଅନ୍ତା ଶବକୁ । 


ଇତିହାସ ତ ଇତିହାସ ମଧ୍ୟରେ ହଜିଯାଏ

କାଲି ଥିଲା, ଆଜି ଅଛି ପୁଣି 

କାଲି ପାଇଁ ଅପେକ୍ଷା କରିଥିବ 

ନାରୀ ମାଂସ ଲୋଭି ପିଶାଚମାନଙ୍କ

ତୃଷା ମେଣ୍ଟିନାହିଁ, ନା କେବେ ମେଣ୍ଟିବ?

ସେ ଦିନ ଦୌପଦୀ ବିବସ୍ତ୍ର ହୋଇଥିଲା

ଘୋର କୁରୁସଭା ସ୍ଥଳେ,

ଅହଲ୍ୟା, ତୁଳସୀ ବି 

ଅସ୍ମତା ହାରିଥିଲେ

ଆଜି କିଛି କମ୍ ନୁହେ

ଲୁପ୍ତ ନୈତିକତା ଆଉ 

ମରିଯାଉଥିବା ସଂସ୍କାର ଆଗରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama