STORYMIRROR

Neelamadhab Rath

Classics Fantasy Inspirational

4.0  

Neelamadhab Rath

Classics Fantasy Inspirational

ଈଶ୍ବର ଖୋଜା

ଈଶ୍ବର ଖୋଜା

1 min
64


ସବକା ମାଲିକ୍ ଏକ୍ ହୈ ..

ଈଶ୍ୱର ଆଲ୍ଲା ତେରେ ନାମ୍

ଶୁଣିବାକୁ ଭଲଲାଗେ

ସଭା ସମିତିରେ ଭାଷଣବାଜିରେ , 

ଅବା ତର୍କ ବିତର୍କରେ.......... ।।

ସତେ କଣ ଈଶ୍ୱର, ଆଲ୍ଲା, 

ଯୀଶୁ ଆଉ ବୁଦ୍ଧ , ରାମ ଓ ରହିମ୍

ଏକ ଆଉ ଅଦ୍ବିତୀୟ ??

ତେବେ କାହିକି ?

ମନ ଆଇନାର କଳା ପରଦାରେ 

ସ୍ବପ୍ନଟିଏ ଉଙ୍କି ମାରେ

ମନ୍ଦିର, ମସଜିଦ ଭାଙ୍ଗି ତୋଳିବାର ଅଜବ୍ ଖିଆଲ...।

ଯଦି ସବୁ ଶରୀରରେ ଇଶ୍ୱର ଅଛନ୍ତି 

ନକ୍ସଲ, ସନ୍ତ୍ରାସ, ସାଧୂ ଓ ସନ୍ୟାସ

ଚୋର, ଡ଼କାୟତ, ବିଦ୍ବାନ ଓ ପଣ୍ଡିତ

କାହିଁକି ମନୁଷ୍ୟର

>ଏତେ ରଙ୍ଗ ଏତେ ରୂପ........ ।

ସ୍ରଷ୍ଟା ଆଉ ଭ୍ରଷ୍ଟା ସବୁ ଯଦି ଏକ

କାହିଁକି ଭକ୍ତ ଓ ଭଗବାନ

ମଝିରେ ଏତେ ଫାଟ, ଏତେ ଦୂର ??

ଏଠି ମଣିଷ ଖୋଜେ 

ଈଶ୍ୱରଙ୍କୁ

ମନ୍ଦିରର ପଥର ଦିହରେ

ଗୀର୍ଜା ଓ ମସଜୀଦ୍ ର ଗୋଲ ଗମ୍ବୂଜ ଭିତରେ

ଖୋଜି ଥାଏ ସତ୍ତ।

ଗୀତା ବାଇବଲ୍, କୋରାନ୍ ଗୁରୁଗ୍ରନ୍ଥର

ଅବୁଝା ଅସୁଝା କାବ୍ୟକବିତାରେ ।

କାମ କ୍ରୋଧ, ଲୋଭ ଓ ମୋହର

ମନ ସମୁଦ୍ର ରେ

ଗଦା ଗଦା ଅହଙ୍କାରର

ପାହାଡ ଉପରେ

ମଣିଷ ବଞ୍ଚିଥାଏ

ଈଶ୍ୱର ଖୋଜାରେ …… 

ମଣିଷ ବଞ୍ଚିଥାଏ

ଈଶ୍ୱର ଖୋଜାରେ…… ।


Rate this content
Log in

Similar oriya poem from Classics