STORYMIRROR

Neelamadhab Rath

Inspirational

3.6  

Neelamadhab Rath

Inspirational

ମୋ ଗାଁ

ମୋ ଗାଁ

1 min
339


ଏଇ ସହରଠୁ ସେ ଗାଁ ଭଲ

ଯାହା ମାଟି ପାଣି ଓ ପବନ

ସଂସ୍କୃତି ଆଉ ପରମ୍ପରାରେ ବନ୍ଧା ।


ଏଇ ସହରର କଂକ୍ରିଟ ଜଙ୍ଗଲଠୁ 

ସେ ଗାଁର ଖଞ୍ଜାଖଞ୍ଜି ଚାଳଘର ଭଲ

 ଯେଉଠି ନାତି ଚାଲୁଥାଏ

ସୁଖଦୁଃଖ ବଣ୍ଟା, ଆପଦ ବିପଦେ 

ଭିଡନ୍ତି ସଭିଏଁ ଅଣ୍ଟା ।


ଏଇ ସହରିଆ ଗ୍ୟାସଚୁଲା ଠାରୁ

ସେଇ ଗାଁର କୁହୁଳିଆ ଚୁଲି ଭଲ

ଯେଉଁ ଚୁଲି ପିଠା, ଆରିଷା କାକରା, 

ମଣ୍ଡା ଓ ଗଇଁଠା ସାଇ ପଡିଶା ରେ

 ସ୍ନେହ ସରଧାରେ ବଣ୍ଟା ।


ଏଇ ସହରିଆ କଳର ପାଣିଠୁ

ସେଇ ଗାଁ କୂଅ ପାଣି ମିଠା

ଏଇ ସହରର କଳାପବନଠୁ

ଗାଁର ଗୋଧୂଳୀ ପବନ

ମାରିଦିଏ ସବୁ ଥକ୍କା ।


ଏଇ ସହରରେ ପବନ ପାଇଁକା

ଏସି ଘରେ ଘରେ ଖଞ୍ଜା

ଗାଁ ଆମ୍ବତୋଟା ଶୀତଳ ପବନ

କୋକିଳର ତାନ

ମନରେ ନଥାଏ ଝଞ୍ଜା ।


ଏଇ ସହରରେ ସଞ୍ଜ ନଇଗଲେ

ମନ୍ଦିରରେ ବାଜେ ମେସିନ୍ ଖଞ୍ଜିତ ଘଣ୍ଟା

ଗାଁର ସଞ୍ଜୁଆ ଭାଗବତ ଟୁଙ୍ଗୀ 

ମର୍ଦଳ ଖଞ୍ଜଣି ହୁଳହୁଳି ତାନେ ରଙ୍ଗା ।


Rate this content
Log in

Similar oriya poem from Inspirational