ଭୋକ
ଭୋକ
ଭୋକ ସତେ କେତେ କଷ୍ଟ
କେତେ ଦୁଃଖ, କେତେ ଯନ୍ତ୍ରଣାଦାୟକ ।
ଜୀବନର ଆରମ୍ଭରୂ
ମୃତ୍ୟୂଶଜ୍ୟା ଯାଏଁ
ଭୋକରୂ ଆରମ୍ଭ
ଭୋକଠାରେ ଶେଷ
ଜନ୍ମପରେ ଜନ୍ମ
ବିଭିନ୍ନ ଯୋନୀରେ ।
ବାଃ ବାଃରେ ପେଟ
ସେତ ଅବା ଅଶାନ୍ତ ସମୁଦ୍ର ।
ପାପୀ ସୈତାନ ଭୋକର ଜ୍ବଳାରେ
କେତେ ଯେ ନିରୀହ ମଣିଷ ନଚାଏ
କେବେ ପୁଣି ରକ୍ତମାଂସ
ଖିନ୍ ଭୀନ୍ କରିଚାଲେ
ଅବଳା ଦୁର୍ବଳା ନାରୀର ।
ପେଟ ଯେବେ ଜଳୁଥାଏ
କାହୁଁ ଆସିବ ବା ଦେଶ ଓ ଜାତିର
ଉନ୍ନତି ର କଥା ।
ଏଠି ବେଇମାନର ଅଧର୍ମ ଚକ୍ରରେ
କଟିଚାଲିଥାଏ ଇମାନଦାରଙ୍କ ପେଟ
ପେଟ ଚାଖଣ୍ଡକ ପୁରାଇବାକୁ
କେବେ ଇଜ୍ଜତଟିକକ
ନିଲାମ କରିଦିଏ ଆଉ
କେବେପୁଣି ଦୁଇହାତ ମେଲିଦିଏ
ମନ୍ଦିର, ମସଜିଦ ଅବା
ଗୁରୁଦ୍ବାର ଆଗରେ ।
ଏଇ ଭୋକ କେବେ
ରାଜାକୁ କରାଏ ରଙ୍କୀ
ଆଉ ରଙ୍କୀକୁ ରାଜା ।
ଭୋକିଲା ମାଁର ପଣତ ଭିତରୁ
ଶୁଭୁଥାଏ ଖାଲି ନିରିହ ଶିଶୁର
ବିକଳ କ୍ରନ୍ଦନ
ଝରୁଥାଏ ଶୁଖିଲା ସ୍ଥନରୁ
ମମତାର ଅଶ୍ରୂ
ନା ଭୋକ ମରେ
ନା ଶୁଖେ ଅଶ୍ରୂ ।
ଶାଖି ରହିଥାଏ ଖାଲି
ଭୋକ ଆଉ ଭୋକ ,
ଭୋକ ଆଉ ଭୋକ ।
