STORYMIRROR

Bansidhar Behera

Abstract

4  

Bansidhar Behera

Abstract

କରାେନା

କରାେନା

1 min
287

ଆମେ ଯେ ସାହସୀ ଭାରି ବୁଦ୍ଧିମାନ

ଡରିବାନି କରୋନାକୁ,

ସଂକଳ୍ପ କରିଣ ସଂଯମି ହୋଇଣ

ପାଳିବା ସବୁ ନୀତିକୁ


ଡେଇଁବାନି ଆମେ ଲକ୍ଷ୍ମଣ ରେଖା

ଘରେ ରହିବା ସର୍ବଦା,

ଏହି ଆଦେଶ ଯେ ସରକାରଙ୍କର

ରଖିବା ତାଙ୍କ ମର୍ଯ୍ୟାଦା


ଦେଖୁଅଛେ ଆମେ ବଡ଼ ବିଭିତ୍ସିକା

ଚୀନ,ଆମେରିକା,ଇଟାଲୀରେ,

ଯଦି ନ ଚେତିବ। ଭାରତୀୟ ହୋଇ

ମରିବା ପୋକ ମାଛିରେ


ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ

ସହଯୋଗର ହାତ ବଢ଼େଇ

ତେବେ ଯେ କରୋନା ଡରି ଚାଲିଯିବ

ଆମେ ଏଥିରୁ ପାଇବା ତ୍ରାହି


ହେ ବିଶ୍ଵ ମାନବ କରି ସହଯୋଗ

କର ଏହାର ପ୍ରତିକାର

ନ ହେଲେ ପୃଥିବୀ ଜୀବ ଶୂନ୍ୟ ହେବ

ଯଶ କି ରହିବ ଆମର


ଆମ ହାତେ ଆମ ଜୀବନଟା ଅଛି

ନ କର ନ କର ହେଳା

ଯଦି ନ ମାନିବ ନୀତି ନିୟମକୁ

ସଭିଙ୍କ ବୁଡିବ ଭେଳା


ଯଦି ଆମେ ପାଳିବା ସଫା ଓ ସୂତରା

ଲକ୍ ଡାଉନ୍ ନିୟମ

ନିଶ୍ଚିତ କହୁଛି ମର୍ତ୍ୟପୁରେ ଆସି

କରୋନାକୁ ନେବ ଯମ


ହେ ମା ଜଗଦମ୍ଭା ସୃଷ୍ଟି କରତା

ରକ୍ଷା କର ଏହି ବିପଦରୁ

ଆମେ ଯେ ଅଧମ ଭୂଲ୍ କରିଅଛୁ

କ୍ଷମା କର ହୃଦୟରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract