STORYMIRROR

Lata Behera

Abstract

4  

Lata Behera

Abstract

ଡିସେମ୍ବର

ଡିସେମ୍ବର

1 min
359


ଦିନ ପରେ ଦିନ ମାସ ପରେ ମାସ

    ଚାଲି ଯାଏ ବର୍ଷ ପୁଣି

କେତେ ସିଏ ସ୍ମୃତି ଦିଏ ଅନୁଭୂତି 

    ଅଭୂଲା କେତେ କାହାଣୀ ।


ବର୍ଷର ଆରମ୍ଭ ମାସ ଜାନୁଆରୀ 

   ଶେଷ ମାସ ଡିସେମ୍ବର 

ଶୀତରେ ଆରମ୍ଭ ଶୀତରେ ସେ ଶେଷ

   ବିଚିତ୍ର ଏଇ ସଂସାର ।


ତିନିଶହ ପଞ୍ଚଷଠି ଦିନର ସେ 

   ଅନେକ ସ୍ମୃତିରେ ଭରା

କେତେ ଦୁଃଖ ସୁଖ ବିତି ଯାଇଥାଏ

   ଏଇ ଧରିତ୍ରୀରେ ପରା ।


ଡିସେମ୍ବର ମାସ ପ୍ରବେଶ ହୋଇଲା

    ଶୁଭ ଗୁରୁବାର ଛୁଇଁ 

ଶେଷ ଶନିବାରେ ବିଦାୟ ସେ ନେବ

    ଶୁଭ କାମନା ଜଣାଇ । 


କେତେ ଥଟ୍ଟା ମଜା ଦୁଃଖ ସୁଖର ସେ

     ସାଥି ଆମ ହେଇଥିଲା 

ସଫଳ ନିଷ୍ଫଳ ହାରିବା ଜିତିବା

    ସଂଘର୍ଷରେ ଦିନ ଗଲା ।


ଏଇ ଡିସେମ୍ବର ଏକତିରିଶି ଦିନିଆ

   ଦିନ ତାର ଛୋଟ ପଡେ

ଶୀତ ସକାଳରେ ଆକାଶ ମାର୍ଗରୁ 

    ତୁଷାର କୁହୁଡି ଝଡେ ।


କୃଷକ ଭାଇଟି କାଟୁ ଥାଏ ଧାନ 

    ଶୀତ କାକରରେ ଯାଇ

ଛୋଟ ଧାନ ସବୁ କାଟି ଆଣି ଖଳେ

     ରଖେ ଯତନରେ ନେଇ ।


ଏଇ ଡିସେମ୍ବରେ ଫସଲ ବି ଭଲ

    ଶସ୍ତାରେ ପରିବା ମିଳେ 

ଟିକି ପ୍ରଜାପତି କି ସୁନ୍ଦର ଭାବେ

   ଫୁଲେ ଫୁଲେ ଉଡି ବୁଲେ ।


ବଉଳ ଅମାବାସ୍ୟା ପଡେ ଏ ମାସରେ

   ଆମ୍ବ ବଉଳ ବି ଝଡେ

ଶୀତୁଆ ସକାଳେ କୁହୁଡି ଭିତରେ

   ଦେହ ଥରେ ଶୀତ ଜାଡେ ।


ଚାହୁଁ ଚାହୁଁ ଯାଏ ଡିସେମ୍ବର ପଟିଶ

   ଯୀଶୁ ଖ୍ରୀଷ୍ଟ ଜନ୍ମ ଇଏ 

ବଡ ଦିନ ହିସାବରେ ଏଇ ବିଶ୍ବ  

   ଏହାକୁ ପାଳିଣ ଥାଏ ।


ଏଇ ଡିସେମ୍ବର ଏକ ତିରିଶି ଦିନିଆ

     ବର୍ଷକର ସ୍ମୁତି ଭରା

ଦିନ ଛୋଟ ତାର ରାତି ବଡ ହୁଏ

   ଅଭୁଲା ସେ ଅପାଶୋରା ।


କେତେ ବଣଭୋଜି କେତେ ପିକିନିକ୍ 

    ତାହାର ହିସାବ ନାହିଁ 

କେତେ ଆନନ୍ଦରେ ପାଳନ ସଭିଁଏ  

    ବିଦାୟ ବରଷ କହି ।


ଡିସେମ୍ବର ଏକ ତିରିଶି ବିଦାୟ 

   ନିଏ ରାତି ଅଧ ଟାରେ

ସବୁ ଅନୁଭୂତି ସାଇତି ରଖିଣ

   ଏଇମନ ତାକୁ ଝୁରେ ।


କହେ ଆଜି ବନ୍ଧୁ ନେଉଛି ବାଦାୟ

    ଶୀତ କୁହୁଡି ରାତିରେ

ହୋଇଲେ ପ୍ରଭାତ କରିବ ସ୍ୱାଗତ 

    ନବ ବର୍ଷ ହୃଦୟରେ । 


    


Rate this content
Log in

Similar oriya poem from Abstract