STORYMIRROR

Kabiratna Nutan Kumar Behera

Abstract Inspirational

4  

Kabiratna Nutan Kumar Behera

Abstract Inspirational

ଧନ୍ୟବାଦ

ଧନ୍ୟବାଦ

1 min
419


ଧନ୍ୟବାଦ ଧନ୍ୟବାଦ ଦେଇ ଧନ୍ୟବାଦ 

ସାରା ସଂସାର କରେ ତାକୁ ଆଶୀର୍ବାଦ

ସବୁରି ହୋଇଥାଏ ସେ ପ୍ରିୟପାତ୍ର

ମନ ହୃଦୟକୁ ଯିଏ ରଖିଥାଏ ନିର୍ମଳ ପବିତ୍ର

ସମୂହ କଲ୍ୟାଣରେ ରହିଥାଏ ଏକନିଷ୍ଠ

ନିଜ ଗୁଣ ସ୍ଵଭାବ ଚରିତ୍ରକୁ କରିଥାଏ ବଳିଷ୍ଠ

ପ୍ରଭାବିତ କରେ ନାହିଁ ତାକୁ ସ୍ଵାର୍ଥର ମତବାଦ

ଅନ୍ୟ ସାଥୀରେ କରି ନିଜକୁ ତୁଳନା

ଅଯଥା ଦିଏ ନାହିଁ କାହାକୁ ନିନ୍ଦା ଅପବାଦ

ଧନ୍ୟବାଦ ଧନ୍ୟବାଦ ଦେଇ ଧନ୍ୟବାଦ

ସାରା ସଂସାର କରେ ତାକୁ ଆଶୀର୍ବାଦ 

ସ୍ବତନ୍ତ୍ର ବିଚାର ଧାରାରେ ରହେ ନିରପେକ୍ଷ

ଶ୍ରମ ସାଧନାରେ ହୋଇଥାଏ ସେ ଦକ୍ଷ

ଅନ୍ତରରେ ତାର ରଖିଥାଏ ଅନାବିଳ ଭାବ

ପ୍ରତିଟି କଥାକୁ କରେ ସଠିକ୍ ଅନୁଭବ

ଇର୍ଷା ହିଂସାରେ କରେ ନାହିଁ କାହାରି ବରବାଦ

ନିଜ ସ୍ଵାର୍ଥ ପୂରଣ ପାଇଁ ରଖେ ନାହିଁ ଆଶା

କରେ ନାହିଁ ସତ୍ୟର ସିଦ୍ଧାନ୍ତକୁ ପ୍ରତିବାଦ

ଧନ୍ୟବାଦ... ଧନ୍ୟବାଦ...ଦେଇ ଧନ୍ୟବାଦ...

ସାରା ସଂସାର କରେ ତାକୁ ଆଶୀର୍ବାଦ

ଅଜ୍ଞାନ ଅନ୍ଧକାରର ପଥେ ଯାଏନା ମାଡ଼ି

ଆତ୍ମଜ୍ଞାନରେ ନିଜର ସ୍ଵାଭିମାନ ରଖେ ସଜାଡ଼ି

ଲୋଭ ମାୟା ମୋହରେ ହୁଏନା ବାଟବଣା

ମାନି ଚଳେ ନୀତି ନିୟମର କଟକଣା 

ରଖିଥାଏ ଶୃଙ୍ଖଳା ନକରି ସେ ବାଦାନୁବାଦ

ଶାନ୍ତି ମୈତ୍ରୀ ପ୍ରଗତିରେ ରଖେ ଭରସା ବିଶ୍ଵାସ

ଶାନ୍ତ ଶିଷ୍ଟ ନମ୍ର ବିନୟ ରହେ ନକରି ବିବାଦ

ଧନ୍ୟବାଦ ଧନ୍ୟବାଦ ଦେଇ ଧନ୍ୟବାଦ

ସାରା ସଂସାର କରେ ତାକୁ ଆଶୀର୍ବାଦ ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract