STORYMIRROR

Bansidhar Behera

Others

3  

Bansidhar Behera

Others

ବନ୍ଦେ ଉତ୍କଳ ଦିବସ

ବନ୍ଦେ ଉତ୍କଳ ଦିବସ

1 min
382


ବନ୍ଦେ ଉତ୍କଳ ବନ୍ଦେ ଉତ୍କଳ

ବନ୍ଦେ ଉତ୍କଳ ଜନନୀ

ବୀର ପ୍ରସବିନୀ ଜ୍ଞାନ ପ୍ରଦାୟିନୀ

ସେ ଆମ ଚୀର ବନ୍ଦିନୀ ।।୧।।


ବୀରତ୍ୱର ଭାବ ପ୍ରକଟିତ କରି

ସେ ଥିଲା କଳିଙ୍ଗ ରାଜ୍ୟ

କଳାର ଉତ୍କର୍ଷ ପ୍ରଦର୍ଶନ କରି

ହୋଇଲା ଉତ୍କଳ ରାଜ୍ୟ ।।୨। ।


ଓଡ଼ିଆ ଭାଷାକୁ ବହନ କରି ସେ

ହୋଇଲା ଓଡ଼ିଶା ରାଜ୍ୟ

ନିଜ ସଂସ୍କୃତିକୁ ବୋହି ନେବା ପାଇଁ

ସଭିଙ୍କୁ ଦେଲେ ସନ୍ଦେଶ ।।୩।।


ନଥିଲା ନଥିଲା ଆମ ରାଇଜଟି

ଭାରତରେ ଯେ ସ୍ଵତନ୍ତ୍ର

କିଛି କିଛି ଅଂଶ ମିଶି ରହିଥିଲା

ଅନ୍ୟ ରାଜ୍ୟେ ପରତନ୍ତ୍ର ।।୪।।


ମଧୁବାବୁ ଗୋପବନ୍ଧୁ ଆଦି ନେତା

ଲଢ଼ିଲେ ସ୍ଵତନ୍ତ୍ର ପାଇଁ

ତେଣୁ ଆମ ରାଜ୍ୟ ହୋଇଲା ସ୍ଵତନ୍ତ୍ର

ଭାରତରେ ଧନ୍ୟ ହୋଇ ।।୫।।


୧୯୩୬ ଅପ୍ରେଲ ଏକରେ

ଗଠିତ ହେଲା ପ୍ରଦେଶ

ତେଣୁ ପାଲୁଅଛୁ ସେହି ଦିନଟିକୁ

ବନ୍ଦେ ଉତ୍କଳ ଦିବସ

ବନ୍ଦେ ଉତ୍କଳ ଦିବସ

ବନ୍ଦେ ଉତ୍କଳ ଦିବସ ।।୬।।




Rate this content
Log in