STORYMIRROR

Bansidhar Behera

Others

3  

Bansidhar Behera

Others

ଦୀପାବଳୀ

ଦୀପାବଳୀ

1 min
522


ବାରମାସ ତେର ପରବ ପଡ଼ଇ

ଏହି ଯେ ଭାରତ ବର୍ଷେ,

ସେଥି ମଧ୍ୟେ ଦୀପାବଳୀ ଅନ୍ୟତମ

ପାଳିବା ମନେ ହରଷେ ।।୧।।


ଆଲୋକର ବର୍ଷ ଅଟେ ଏହି ପର୍ବ

ଅନ୍ଧକାର ଦୂର କରେ,

ସଦଗୁଣ ଫେରେଇ ବଦଗୁଣ ଦୂରେଇ

ମଣିଷ ପଣିଆକୁ ଭରେ ।।୨।।


ଆ -କା - ମା -ବୈ କହି ଯେବେ ଆମେ

ପୂର୍ବଜଙ୍କୁ ମନେ ପକାଉ,

ତାଙ୍କରି କାର୍ଯ୍ୟକୁ ହେଜି କରି ଆମେ

ଆଗକୁ ପାଦ ପକାଉ ।।୩।।


ଆତସବାଜିକୁ ଫୁଟାଇଣ ଆମେ

କରୁ ପରିବେଶ ନଷ୍ଟ,

ଶରୀରକୁ ଖଣ୍ଡ ବିଖଣ୍ଡିତ କରି

ଜୀବନକୁ ଦେଉ କଷ୍ଟ ।।୪।।


ଏହି ଦିନ ପ୍ରଭୁ ଶ୍ରୀରାମ ଚନ୍ଦର

ହୋଇଥିଲେ ଅଧିପତି,

ଶ୍ରୀକୃଷ୍ଣ ପ୍ରଭୁ ଆମ ଟେକି ପରବତ

ରଖିଲେ ଅନେକ ଜାତି ।।୫।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍