STORYMIRROR

Bansidhar Behera

Classics

3  

Bansidhar Behera

Classics

ମାତୃଭାଷା

ମାତୃଭାଷା

1 min
587

ଭୁଲ ନାହିଁ ଭୁଲ ନାହିଁ

ଆମ ମାତୃଭାଷା ଓଡ଼ିଆକୁ,

ସେ ଅଟଇ ଆମ ସଂସ୍କୃତି

କରେ ମାହୀୟାନ ଓଡ଼ିଶାକୁ


ଆଜିକାର ପିତାମାତା ଭାବନ୍ତି

ଇଂରାଜୀ ଭାଷା ଶ୍ରେଷ୍ଠ,

ସେମାନେ ଜାଣି ନାହାନ୍ତି ବୋଧେ

ତାଙ୍କ ଜୀବନ ହୋଇଛି ଏହି ଭାଷାରେ ପରିପୃଷ୍ଟ


ଇଂରାଜୀ ଭାଷାଟିକୁ

ବାପାମାଆ ଭାବନ୍ତି ବେଶୀ ବିଶିଷ୍ଟ,

ମାତୃଭାଷା ନ ଜାଣିଲେ ହୁଏ ନାହିଁ

ଅନ୍ୟ ଭାଷା ବଳିଷ୍ଠ


ଅନ୍ୟ ରାଜ୍ୟ ଲୋକମାନେ

ଦିଅନ୍ତି ତାଙ୍କ ଭାଷାକୁ ପ୍ରାଧାନ୍ୟ,

ଆମ ରାଜ୍ୟ ଲୋକମାନେ

କରନ୍ତି ଆମ ଭାଷାକୁ ନଗଣ୍ୟ


ମନା ନାହିଁ ମନା ନାହିଁ

ଶିଖିବା ପାଇଁ ଇଂରାଜୀ ଭାଷା,

କିନ୍ତୁ କର ନାହିଁ ଅବହେଳା

ନ କହି ନିଜ ମାତୃଭାଷା


ଯଦି ଆମେ ନ କରିବା

ଆମ ମାତୃଭାଷାକୁ ସୁଦୃଢ,

ତେବେ ଆମ ରାଜ୍ୟ ହେବ

ଭବିଷ୍ୟତରେ ଗଡ ଗଡ


ଜାଗି ଉଠ ହେ ମାଣବେ

କରିଣ ମାତୃଭାଷାକୁ ଶ୍ରେଷ୍ଠ

ତେବେ ହୋଇବ ଆମ ରାଜ୍ୟ

ଜଗତ ମଧ୍ୟରେ ଶ୍ରେଷ୍ଠ

ଜଗତ ମଧ୍ୟରେ ଶ୍ରେଷ୍ଠ

ଜଗତ ମଧ୍ୟରେ ଶ୍ରେଷ୍ଠ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics