Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bansidhar Behera

Classics

5.0  

Bansidhar Behera

Classics

ପ୍ରଭାତ

ପ୍ରଭାତ

1 min
377


ପ୍ରଭାତ ଅଟଇ ଜାଗ୍ରତ ପ୍ରହରୀ

ସୁପ୍ତତାକୁ ଦୂର କରେ,

ଜାଗ୍ରତ ମଣିଷ ପାଏ ନାହିଁ ଦୁଃଖ

ସୁପ୍ତ ମଣିଷଟି ମରେ ।


ସୂର୍ଯ୍ୟଙ୍କର ସେହି ସୁନେଲି କିରଣ

ଶକ୍ତି ସଞ୍ଚାରିତ କରେ,

ଆଳସ୍ୟକୁ ସେ ଯେ ସଦା ଦୂର କରି

କର୍ମ ଶରୀରରେ ଭରେ ।


ରଙ୍ଗ ବେରଙ୍ଗର କୁସୁମ ସୁରଭେ

ମନକୁ ଆନନ୍ଦ କରେ,

କୋଳାହଳ ହୀନ ଶାନ୍ତ ପରିବେଶ

ମନରେ ପ୍ରଶାନ୍ତି ଭରେ ।


ଯୋଗୀ ଋଷୀ ମୁନି ସାଧକ ମାନଙ୍କ

ଏହାଯେ ପ୍ରକୃଷ୍ଟ ସମୟ,

ସାଧନା ବଳରେ ସିଦ୍ଧି ଲାଭ କରି

ଦେଶକୁ ଦିଅନ୍ତି ବିଜୟ ।


ବର୍ଜ୍ୟବସ୍ତୁ ସବୁ ନିଷ୍କାସନ କରି

ଶରୀରକୁ ଶୁଦ୍ଧ କରୁ,

ଦୁନିଆରେ ଆମେ ଭଲ କାମ କରି

ଦେଶକୁ ଯଶ୍ଵସୀ କରୁ ।


ହେ ପ୍ରଭାତ ତୁମେ ସବୁବେଳେ ରୁହ

କେବେ ଛାଡି ଯାଅ ନାହିଁ,

ସଦା ଆଶୀର୍ବାଦ ରହୁ ଆମ୍ଭ ପାଶେ

କରୁଛି ମିନତି ମୁହିଁ ।


Rate this content
Log in