STORYMIRROR

Bansidhar Behera

Tragedy Inspirational

4  

Bansidhar Behera

Tragedy Inspirational

ଦିବ୍ୟାଙ୍ଗ

ଦିବ୍ୟାଙ୍ଗ

1 min
243

କିଏ ଏଠି ଗରିବ ତ କିଏ ଏଠି ଧନୀ

କିଏ ଏଠି ରୋଗୀ ତ କିଏ ଏଠି ଭୋଗି

କିଏ ଏଠି ମୂର୍ଖ ତ କିଏ ଏଠି ଜ୍ଞାନୀ

କିଏ ଏଠି ସାଧାରଣ ତ କିଏ ଏଠି ଦିବ୍ୟାଙ୍ଗ

ଏସବୁ ଭାବିଲା ବେଳକୁ ମୋର ମୁଣ୍ଡ ହୋଇଯାଏ ଗୋଳମାଳିଆ

ହାଏ ହାଏରେ ବିଧାତା ତୋର ଏକି ଲୀଳାଖେଳା ।।୧।।


ସାଧାରଣ ପିଲାଟିଏ ନାଚିକୁଦି ମନକୁ ଆନନ୍ଦିତ କରେ ହସିହସିକା

ଚଳନବାଧିତ ପିଲାଟି ପାଇଁ ଏସବୁ ହୋଇଯାଏ ସତେ ଯେପରି ମରୀଚିକା

ସେ ମନେମନେ ଭାବୁଥାଏ ମୋର ଥାଆନ୍ତା କି ଭଲ ଗୋଡ଼ _୨ଥର

ମୁଁ ବି ନାଚିକୁଦି ଖେଳି ବୁଲି ହୋଇଥାଆନ୍ତି ଧଅଡ ପଅଡ

ଏସବୁ ଭାବିଲା ବେଳକୁ ତାର ଆଖି ହୁଏ ଛଳଛଳ।

ହାଏ ହାଏରେ ବିଧାତା ତୋର ଏକି ଲୀଳାଖେଳା ।।୨।।


ସାଧାରଣ ପିଲାଟିଏ ଶୁଣିପାରେ ମନ ମାଉଜିଆ ଗୀତ ଗପ କଥାମାନ

ଶ୍ରବଣ ବାଧିତ ପିଲାଟି ପାଇଁ ହୋଇଯାଏ ଏସବୁ ଘୋର ଅପମାନ

ସେ ମନେ ମାନେ ଭାବୁଥାଏ ମୋର ଥାଆନ୍ତା କି ଭଲ କାନ_୨ଥର

ମୁଁ ବି ଶୁଣି ପାରିଥାନ୍ତି ମାନମାଉଜିଆ ଗପ ଗୀତ କଥା ମାନ

ଏସବୁ ଭାବି ଭାବି ତାର ଆଖି ହୁଏ ଢଳଢଳ।

ହାଏ ହାଏରେ ବିଧାତା ତୋର ଏକି ଲୀଳାଖେଳା ।।୩।।


ସାଧାରଣ ପିଲାଟିଏ ପୃଥିବୀର ସୌନ୍ଦର୍ଯ୍ୟର ରହସ୍ୟକୁ କରିପାରେ ଭେଦ

ଦୃଷ୍ଟିବାଧିତ ପିଲାଟି ବୁଝିପାରେ ନା ଆଲୋକ ଓ ଅନ୍ଧାରର ପ୍ରଭେଦ

ସେ ମନେ ମାନେ ଭାବୁଥାଏ ମୋର ଥାଆନ୍ତା କି ଭଲ ଆଖି_୨ଥର

ମୁଁ ବି ଏହି ପୃଥିବୀର ସୋଭାରାଶିକୁ ଦେଖିଥାନ୍ତି ପରଖି ପରଖି

ଏସବୁ ଭାବି ଭାବି ତାର ମନ ଦୁଃଖ ହୁଏ ସବୁ ବେଳା

ହାଏ ହାଏ ରେ ବିଧାତା ତୋର ଏକି ଲୀଳାଖେଳା ।।୪।।


ହେ ଦିଭ୍ୟାଙ୍ଗ ଜାତି ତୁମେ ଭାବାନାହିଁ ନିଜକୁ ଏତେ ଛୋଟ

ତୁମ ମଧ୍ୟରେ ଲୁଚି ରହିଛି କରି ଦେଖାଇବାକୁ କିଛି ବିରାଟ

ତୁମେ କଣ ଜାଣି ନାହିଁ ତୁମ ଜାତିର ଭୀମଭୋଇ ହେଲେନ କରିଯାଇଛନ୍ତି ଦୁଃସାଧ୍ୟ କାର୍ଯ୍ୟ

ତୁମେ ବି ତାଙ୍କଠାରୁ ପ୍ରେରଣା ପାଇ କରିବ ଅସମ୍ଭବ କାର୍ଯ୍ୟ

ଆଜି ସାଧନା ଓ ଉଦ୍ୟମ ବଳେ ପଙ୍ଗୁ ଲଂଘିଛି ଗିରିପଥ

ତେଣୁ ତୁଚ୍ଛ ଭାବନାହିଁ ହେବ ତୁମେ

ସାଧାରଣଙ୍କ ସମକକ୍ଷ

ସାଧାରଣଙ୍କ ସମକକ୍ଷ

ସାଧାରଣଙ୍କ ସମକକ୍ଷ



Rate this content
Log in

Similar oriya poem from Tragedy