STORYMIRROR

Bansidhar Behera

Others

3  

Bansidhar Behera

Others

କାର୍ତ୍ତିକ ମାସ

କାର୍ତ୍ତିକ ମାସ

1 min
396

ବାର ମାସ ମଧ୍ୟେ କାର୍ତ୍ତିକ ମାସଟି

ଅଟେ ଯେ ଧାର୍ମିକ ମାସ,

ସ।ତ୍ଵିକ ଆହାର ସ।ତ୍ୱିକ ବିଚାର

ମନରେ ଭରିବା ଆସ ।।୧।।


ହୁଏ ଦୀପାବଳୀ କାର୍ତ୍ତିକ ପୂର୍ଣ୍ଣମୀ

କାଳିପୂଜା ଆଦି ପର୍ବ,

ଦାନ ଧର୍ମ କରି ପୁଣ୍ୟ କାମ କରି

ସନ୍ତୋଷରେ ରୁହ ସର୍ବେ ।।୨।।


କାର୍ତ୍ତିକ ମାସଟି ନୁହେଁ ଯେ କେବଳ

ଆମିଷ ଯେ ନ ଖାଇବା,

ସବୁ ଅପକର୍ମା ପରିତ୍ୟାଗ କରି

ଚିତ୍ତକୁ ଶୁଦ୍ଧ କରିବା ।।୩।।


କାର୍ତ୍ତିକ ମାସରେ ପୁଣ୍ୟ କାମ ପାଇଁ

ରାମ ନାମ ଜପ କଲେ,

କାର୍ତ୍ତିକ ବାସୀ ରେ ଛାଡଖାଇ କରି

ସବୁ ଯେ ପାପ ଅର୍ଜିଲେ ।।୪।।


ତିରିଶି ଦିନର ସବୁ ପୁଣ୍ୟ କାମ

ଗୋଟିଏ ଦିନରେ ଗଲା,

ଭକ୍ତିର ଭାବନା ମନରେ ନଥିଲେ

କାହିଁକି? ପାଳିବା ଭଲା ।।୫।।


ଏ ନୁହେଁ ଏ ନୁହେଁ ଲୋକ ଦେଖାଣିଆ

ଯାହା ତୁମେ ସବୁ ଭାବ,

ସଠିକ୍ ଢଙ୍ଗରେ ପାଳିଲେ ଆମେ ଯେ

ଚିର ଉପକୃତ ହେବା ।।୭।।


ଏହାରି ମର୍ମକୁ ବୁଝି କରି ଆମେ

ଠିକ୍ ଢଙ୍ଗରେ ପାଳିବା,

ସଂସ୍କାରିତ କରି ନିଜ ଜୀବନକୁ

ଠିକ୍ କରି ଗଢି ତୋଳିବା ।।୭।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍