STORYMIRROR

Bansidhar Behera

Classics

3  

Bansidhar Behera

Classics

ନାରୀ

ନାରୀ

1 min
376

କିଏ କହିଲା ?

ନାରୀ ଅବଳା ଦୂର୍ବଳା ପଛୁଆ

ଯିଏ କହିଲା ବୋଧହୁଏ

ସେ ମୂର୍ଖ ଅଜ୍ଞାନୀ ଅଧମ


ନା ! ନା ! ସେ ହୋଇ ପାରେନା ଅବଳା

ନା ! ନା ! ସେ ହୋଇ ପାରେନା ଦୁର୍ବଳ।

ନା! ନା ! ସେ ସେ ହୋଇ ପାରେନା ପଛୁଆ

ଏହା ଆମ ଭ୍ରମ ଓ ଦୁଃଭାବନା ଛଡ଼ା ଅନ୍ୟ କିଛି ନାହିଁ


ଭାରତୀୟ ସଂସ୍କୃତି କହେ ନାରୀ ହେଉଛି

ଶକ୍ତି ରୂପିଣୀ ମା ଦୁର୍ଗା

ଜ୍ଞାନ ରୁପିଣୀ ମା ସରସ୍ୱତୀ

ପ୍ରତିବ୍ରତା ସ୍ୱରୂପିଣୀ ମା ସୀତା

ଭକ୍ତି ସ୍ୱରୂପିଣୀ ମା ମୀରା

ତେଣୁ ସେ ହୋଇ ପାରେନା ଅବଳା ଦୁର୍ବଳ। ପଛୁଆ


ଝାନ୍ସିରାଣୀ ଲକ୍ଷ୍ମୀବାଇଙ୍କ କଥା କୁହାଯାଉ କି

ପନ୍ନା ଧାଇଙ୍କ କଥା କୁହାଯାଉ

ରାଣୀ ଦୂର୍ଗାବତୀଙ୍କ କଥା କୁହାଯାଉ କି

ରାଣୀ ପଦ୍ମାବତୀଙ୍କ କଥା କୁହାଯାଉ

ସମସ୍ତେ ଦେଖାଇ ଯାଇଛନ୍ତି

ସେମାନଙ୍କ ବୀରତା,ତ୍ୟାଗ ଓ କୃତିତ୍ଵର ଏକ ଝଲକ

ଓ ଭାରତୀୟ ମାନଙ୍କୁ ଦେଖାଇ ଦେଇ ଯାଇଛନ୍ତି ଅପାର ପ୍ରେରଣା

ତେଣୁ ସେ ହୋଇ ପାରେନା ଅବଳା ଦୁର୍ବଳ। ଓ ପଛୁଆ


ଇତିହାସ କହୁଥିଲା

ବର୍ତ୍ତମାନ କହୁଛି

ଭବିଷ୍ୟତ କହିଁବ

ଜଣେ ପୁରୁଷର ପଛପଟେ

ଜଣେ ନାରୀର ହାତ ଥାଏ

ତେଣୁ ସେ ହୋଇ ପାରେନା ଅବଳା ଦୁର୍ବଳ। ଓ ପଛୁଆ


ତେଣୁ ହେ ମାନବ ଗଣ

ନାରୀ ଓ ପୁରୁଷ ନୁହେଁ ଅସମାନ୍

ନାରୀ ତା ସ୍ଥାନରେ ଶ୍ରେଷ୍ଠ

ପୁରୁଷ ତା ସ୍ଥାନରେ ଶ୍ରେଷ୍ଠ

ଶ୍ରେଷ୍ଠ ଶ୍ରେଷ୍ଠ ମଧ୍ୟରେ ହୁଏ ନାହିଁ ଅସମାନ

ହୁଏ ସମାନ ସମାନ ସମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics