STORYMIRROR

DHARITRI SAHU

Classics

3  

DHARITRI SAHU

Classics

ଦିବ୍ୟ ଦୀପାବଳୀ

ଦିବ୍ୟ ଦୀପାବଳୀ

1 min
127

ଦୀପାବଳି ଅଟେ ହିନ୍ଦୁ ମହୋତ୍ସବ

  ଅନ୍ଧାର ର ନାଶ ପାଇଁ 

ଘୋର ତିମିର ର ବିନାଶ କରିବା

  ଆସିବ ଉଷା ଓହ୍ଲାଇ।


 ନୂତନ ସୂର୍ଯ୍ୟ ର କୋମଳ ଆଭାରେ

  ପ୍ରସ୍ଫୁଟିତ ହେଉ ସୁଖ,

 ହଟିଯାଉ ଦେଶୁ ଅଭାବ କଷଣ

  ଫୁଟିଉଠୁ ମୁଖେ ହସ।


 ଦିବ୍ୟ ଦୀପାବଳୀ ଦିବ୍ୟତା ରେ ଭରୁ

  ହିଂସା, ଇର୍ଷା ହେଉ ନାଶ,

 ସ୍ବାର୍ଥ ପରତାର ଖୋଳ ପୋଡିଯାଉ 

   ହୃଦେ ଭରିଯାଉ ସତ୍ୟ।


 ଅସତ୍ୟ ବିନାଶ କରି ଏକ ଦିନେ

   ରାମ ଫେରିଥିଲେ ରାଜ୍ୟେ,

 ଦିବ୍ୟ ଦୀପାବଳୀ ଜାଳି ଆଲୋକିତ

   କରିଥିଲେ ଯେ ଅଯୋଧ୍ୟେ।


 ମହିଷା ବିନାଶୀ ମହିଷାମର୍ଦ୍ଦିନୀ

   ଧରା ଉଶ୍ୱାସ କରିଲେ,

 ମାତାକ୍ରୋଧ ଶାନ୍ତ କରିବା ର ପାଇଁ

    ଶିବ ଶରଣ ପଶିଲେ।


 ମାହେଶ୍ଵରୀ ମହାକାଳୀ ପାଲଟିଲେ

    କ୍ଷିପ୍ର,ତିବ୍ର, ଶକ୍ତି ରୂପେ

 ଉତ୍ସାହ, ଆଗ୍ରହ,ଅଦମ୍ୟତା ଦାନ

   କଲେ ଏ ଭାରତ ବୁକେ।


 ଦୀପ ଉର୍ଜା ସୌର୍ଯ୍ୟ ବୀର୍ଯ୍ୟର ପ୍ରତୀକ

    ଭାରତବାସୀ ର ହୃଦେ,

 ମନ୍ଦାକିନୀ ହୋଇ ବହୁ ଅଛି ସଦା

    ଦୀବ୍ୟ ଦିପାବଳୀ ଭବେ।

 

 

    

   

   

   

   

   

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics