STORYMIRROR

Sanjya Tripathy

Classics

3  

Sanjya Tripathy

Classics

ମୁଁ ଅଛି : ପ୍ରେକ୍ଷାଳୟର ପ୍ରବେଶ ଓ ପ୍ରସ୍ଥାନ

ମୁଁ ଅଛି : ପ୍ରେକ୍ଷାଳୟର ପ୍ରବେଶ ଓ ପ୍ରସ୍ଥାନ

1 min
111

ମୁଁ ଅଛି : ପ୍ରେକ୍ଷାଳୟର ପ୍ରବେଶ ଓ ପ୍ରସ୍ଥାନ

ଦ୍ଵାର ମଧ୍ୟବର୍ତ୍ତୀ ଇଲାକାରେ

ଅନତିକ୍ରମଣ୍ୟ ଦୂରତ୍ବର ମାଇଲ୍‌ଟିରେ

ବାଳସୂର୍ଯ୍ୟର ଅରୁଣିମା ଓ ଅସ୍ଥାଚଳଗାମୀ

ସୂର୍ଯ୍ୟର ନୀଳଲୋହିତ ଅଗ୍ନିଶିଖାରେ

ମୁଁ ଥୁଲି : ନର୍କ ପୁଂଡରେ-ତତଲା କଡେଇରେ

ଭଜା ହେଉଥୁଲି ବାରକୁ ବାର

ତାହାହିଁ ଥିଲା ମୋର ପ୍ରାରବ୍ଧ

ମୁଁ ଥବି : ନଂଦନକାନନରେ-ସ୍ୱର୍ଗରେ

ପାରିଜାତ ଫୁଲଟିଏ ନେଇ

ଅର୍ପଣ କରିବି ତୁମକୁ

ବଖାଣିବି ମୋ ଇତିହାସ ଓ ବର୍ତ୍ତମାନ

ମୁଁ

ଦେଦୀପ୍ୟମାନ ଆଲୁଅରେ

ଥରୁଟିଏ ଦେଖି ନେବି ତୁମକୁ

ପାଇଯିବି ଅନଂତ କାଳ ତପସ୍ୟାର ଫଳ

ଲେଖିଯିବି ସଂପର୍କର ଏକ ଆତ୍ମନେପଦୀ ।


Rate this content
Log in

Similar oriya poem from Classics