STORYMIRROR

Sanjya Tripathy

Classics

3  

Sanjya Tripathy

Classics

ମୌସୁମୀ-୩

ମୌସୁମୀ-୩

1 min
172


ତୁମେ ଶବ୍ଦର ଅର, ମାତ୍ରା ଓ ଅନ୍ୟାନ୍ୟ

ତୁମେ ନିରୂପମା- ସମସ୍ତ ଉପମା ଓ ବର୍ଣ୍ଣନାରୁ ଉର୍ଦ୍ଧରେ

ତୁମେ ଭାନୁମତୀ- ଯାଦୁକରୀ ଆକର୍ଷଣୀ

ଶରିରେ ବଳିୟାନ

ତୁମେ ଚିରଂତନା- ଚିର ସବୁଜ ଯୌବନା ସୁନ୍ଦରୀ

ତୁମେ ନିର୍ବଶ୍ୟକ- ସମସ୍ତ ଆବେଗ ଓ

ଆଶଂକାର ବାହାରେ

ତୁମେ ଅରୁନ୍ଧତୀ- ନିଛାଟିଆ ଅମା ଅଂଧାରର

ଆଲୋକବର୍ତ୍ତିକା

ତୁମେ ବୟସର ବାବଦରା- ନୈସର୍ଗିକ ସୌଦର୍ଯ୍ୟ ଫୁଷ୍ଟ

ତୁମେ ଆସ ନିକ୍‌ଶିତ ନୂପୁରର ରଣୁଝୁଣୁ ଧ୍ୱନିରେ

ଆଦ୍ୟ ଅଷାଢ଼ର ଆବେଗ ପ୍ରବଣ ସତ୍ତାରେ

ଶ୍ରାବଣର ବାରିଧାରାରେ- ଭାଦ୍ରବର ପୂଜାତ୍ରରେ

ତୁମେ ଆସ ଅଭିଯ୍ୟତ୍ରଣା ଓ ଅଭିନଂତ୍ରଣାର

ମଧ୍ୟବର୍ତ୍ତୀ ଇଲାକାରେ

ନାରୀର ଦେହ ଓ ଦାହରେ ଅବା ଅଂତର୍ଦାହରେ

ପୁରୁଷର କାମିନୀ କାମନାରେ- ଅବା କ୍ୟାଚନ ମାୟାରେ

ତୁମେ ଆସ ଶତ ଦ୍ରମାର ଦ୍ୟୁତି ନେଇ-

ରଶମୀ ଫ୍ରିଜରେ

ର ଶାମୁକା

ସସାଗରା ଧରା ଏକ କରି ନିର୍ବେଦ ଭାବନାରେ

ତୁମେ ସାଗରର ଅତଳ ତଳ ଜଳରୁ ମିଳିଥିବା

ନୀଳକ୍ୟାତ ମଣି

ସୃଷ୍ଟିର ସରହଦ୍ ପାରି ଇଲାକାର ସଂମ୍ୟୁତକ ମଣି

ତୁମେ ଅନନ୍ୟ- ଅପରୂପା ଅବର୍ଣ୍ଣନୀୟ ନାୟିକା

ଯାର ଆଗମନରେ ପୁଲକିତ ଧରାପୃଷ୍ଟ-

ମ - ସଂତୃପ୍ତ ଜନମାନସ

ମୌସୁମୀ: ତୁମେ କି ଅବା ଦିଗଭ୍ରଷ୍ଟ ଶାମୁକା

ପଥଭ୍ରଷ୍ଟ ନାବିକ ନାୟିକା

ଅବା ନିରୁଦ୍ଦିଷ୍ଟ ଇଂଭା କି ମେନକା

ତୁମରି ଆଗମନରେ ହସି ଉଠେ ପ୍ରକୃତି

ବିସ୍ତାର ଯାଆତି ବିଶ୍ୱବାସୀ।

ଧାରା ଶ୍ରାବଣର ଧାରେ କଜ୍ଵଳରେ ସୁସଜିତା ନାୟିକା

ତୁମେ ଆସ ରାକ୍ଷୀ ବଂଧନର ପବିତ୍ର,

ମାଂଗଳିକ ବୋଳାରେ

ସ୍ଵଭାବ କବିଙ୍କ ରଚନା ବଳିରେ

ସଭା ସମିତିର ଭାଷଣ/ ବକୃତା ମାଳାରେ

ନବ ଦୁର୍ବାଦଳରେ ସୁସଜିତା ଧରଣୀ

ସୁରଭିତା କାମିନୀର ଆସଂତ୍ରଣର ରଂଗୀ ।

ପୁଲକିତ ଧରାପୃଷ୍ଠ ଶୀତ ଧରାବାସୀ

ଏକ ଅନିର୍ବଚନୀୟ, ପ୍ରଶ୍ୟତ ଆବେଗରେ ଝକୃତ

ପୃଥିବୀ

ପାଚୁର୍ଯ୍ୟର ଆଭାରେ ଆଲୋକିତ ନଭମଂଡଳ ।

ପରିପୁଷ୍ଟ ପରିବେଶ- ନିଟୋଳ ଅଂଗସୈଷ୍ଠବ ଆନ

ସର୍ବୋପରି ମୌସୁମ- ନାଲି ଟୁକୁ ଟୁକୁ ସାଧବ ବୋହୂର

ଅପାପବିଦ୍ଧ ହସରେ ହଜିଯାଉଥିବା

ତୁମେ ଏକ ବ୍ୟତିକ୍ରମ ଅଥଚ ଶ୍ରାବଣୀ କବିତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics