ଅଭାଗିନୀ
ଅଭାଗିନୀ
ଦୁଃଖିନୀ ଗାଁର କୋଳରୁ
ଛୁଆଟିକୁ ଛଡାଇ ନେଇ
ଧର୍ଷଣ ପରେ ହତ୍ୟା କରିଛି ସେ ।
ଏହା ନିତିଦିନିଆ ଖବର
ନିର୍ଭୟା ଠାରୁ ଆରମ୍ଭ କରି
ସହଭାଗୀ ପର୍ଯ୍ୟନ୍ତ ସମସ୍ତେ ଏଆରି ଶିକାର ।
ବା ବାରେ ଭାରତବର୍ଷ ମହନୀୟ ଐତିହ୍ୟ ଓ
ପରମ୍ପରାରେ ଋଦ୍ଧିମ୍ୟତ
ଆରମ୍ଭ କଲ ଅପଖ୍ୟାତିର ଆଉ ଏକ ଅଧ୍ୟାୟ ।
ନୈତିକ ମୂଲ୍ୟବୋଧ ହୀନ ଜୀବନରେ
ଆଉ ଏକ କନ୍ୟକ
ଗଣଧର୍ଷଣ- ହତ୍ୟାର ରକ୍ତ ରଞ୍ଜିତ
ପାପାଚାରରେ ପରିପୂଣ୍ଠ
ଏୟା କଣ ବୈଦିକ ରିତ୍ୟିକ ସ୍ଵପ୍ନର ଭାରତ ?
ମହାତ୍ମା ଗାନ୍ଧୀଙ୍କ ପରିକଳ୍ପିତ ରାମରାଜ୍ୟ ?
ହେ ଅଭାଗିନୀ ତୁମ ସୃତି ଭରେ ଆମେ
ବଜ୍ରଶପଥ ନେବା ସମାଜରୁ ନୀଳତୃଷ୍ଣା
ଓ ନୀଳତୃଷ୍ଣା ଦୂର କରି ଏକ ନାରୀର
ସ୍ଵାଭିମାନ, ସ୍ଵାଧୀନତା ଭରା ସମାଜ ଗଢ଼ିବା ।