STORYMIRROR

Suchitra Parida

Classics

3  

Suchitra Parida

Classics

ଆଲୋକ ଟିକିଏ ଦିଅ

ଆଲୋକ ଟିକିଏ ଦିଅ

1 min
194

ଜୀବନଯାକ ମୁଁ କୁହୁଡ଼ି ଭିତରେ

ଦିନ ଦେଲି ଯେ ପୁହାଇ

କ୍ଷଣିକ ସୁଖକୁ ଆଵୋରି ବସିଲି

ଚୀର ଆନନ୍ଦ ପାଇଲି ନାହିଁ ।


କରମ ଧରମ ଜାଣିବା ପାଇକି

ବେଳକୁ ଆଦରି ନାହିଁ

ସ୍ଵାର୍ଥର ବୁଜୁଳା ବାନ୍ଦିବା ପାଇକି

ସଦା ବ୍ୟଥିତ ହେଲଇ ।


ନବ ସୁରୁଜ ତ ଭେଦି ତପାରିନି

ମୋ ଜୀବନ ଅନ୍ଧକାର

କ୍ଷୟ ଜଗତରେ ଧାଇଁଧାଇଁ ଦିନ

ଉଣା ହୁଏ ଅବଧିର।


ହୃଦୟ କକ୍ଷରେ ବସିଛ ଠାକୁରେ

ଆଲୋକ ଟିକିଏ ଦିଅ

ତୁମରି ଦର୍ଶନେ ପିଣ୍ଡୁ ପ୍ରାଣ ଯାଉ

ପ୍ରଭୁ ହେ ସଦୟ ହୁଅ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics