ଆଲୋକ ଟିକିଏ ଦିଅ
ଆଲୋକ ଟିକିଏ ଦିଅ
ଜୀବନଯାକ ମୁଁ କୁହୁଡ଼ି ଭିତରେ
ଦିନ ଦେଲି ଯେ ପୁହାଇ
କ୍ଷଣିକ ସୁଖକୁ ଆଵୋରି ବସିଲି
ଚୀର ଆନନ୍ଦ ପାଇଲି ନାହିଁ ।
କରମ ଧରମ ଜାଣିବା ପାଇକି
ବେଳକୁ ଆଦରି ନାହିଁ
ସ୍ଵାର୍ଥର ବୁଜୁଳା ବାନ୍ଦିବା ପାଇକି
ସଦା ବ୍ୟଥିତ ହେଲଇ ।
ନବ ସୁରୁଜ ତ ଭେଦି ତପାରିନି
ମୋ ଜୀବନ ଅନ୍ଧକାର
କ୍ଷୟ ଜଗତରେ ଧାଇଁଧାଇଁ ଦିନ
ଉଣା ହୁଏ ଅବଧିର।
ହୃଦୟ କକ୍ଷରେ ବସିଛ ଠାକୁରେ
ଆଲୋକ ଟିକିଏ ଦିଅ
ତୁମରି ଦର୍ଶନେ ପିଣ୍ଡୁ ପ୍ରାଣ ଯାଉ
ପ୍ରଭୁ ହେ ସଦୟ ହୁଅ।
