STORYMIRROR

Suchitra Parida

Abstract

4  

Suchitra Parida

Abstract

ମୋ ଗାଁ ମୋ ସଂସ୍କୃତି

ମୋ ଗାଁ ମୋ ସଂସ୍କୃତି

1 min
254


ଜନନୀ ଜଠରୁ ଯେ ଦିନ ଜନ୍ମିଲି 

ଯା'ଛାତିରେ ଦେଲି ପାଦ

ସେହି ତ ମୋହର ଅତି ହି ନିଜର 

ତା ନାମରେ ଅଛି ସ୍ବାଦ ।।

ଦିନ ଥିଲା ସେତ ସବୁଜିମା ହୋଇ

ନେଉ ଥିଲା ହୃଦ କିଣି

ତାର ନଦୀ ତଟ,ତୋଟା ମାଳ ସବୁ

ମନ ନେଉଥିଲି ଜିଣି ।।

ପରବ ପର୍ବପର୍ବାଣୀ ସୀମିତ ହେଲାଣି

ରଜ ମହୋତ୍ସବ ରଙ୍ଗ ହୋଲି ଖେଳ

ଫିକା ଫିକା ଆଜି ଲାଗିଲାଣି 

ଆମର ସଂସ୍କୃତି ଶିଥିଳ ହେଲାଣି

ଭାଇଚାରା ଉଭେଇ ଲାଣି 

ଆତ୍ମୀୟତା କମିଗଲାଣି ।।

ତଥାପି ମନ ଝୁରେ ତା ପାଇ

ମୋ ଗାଁ ସରଗ ଭୂମି 

ତା ପାଣି ପବନେ ଗଢା ଏ ଶରୀର

ଅପାସୋର ମୋର ପାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract