STORYMIRROR

Suchitra Parida

Classics

3  

Suchitra Parida

Classics

ହେ ଚକାଆଖି

ହେ ଚକାଆଖି

1 min
1.1K


ଶୁଣ ଶୁଣ ଚକାଆଖି 

      ଲୋତକ ଗଲାଣି ଶୁଖି

କରନାହିଁ ନିରିମାଖି

      ଆହେ ପ୍ରଭୁ ସର୍ଵ ସାଖି

ତୁମ କଞ୍ଜ ଚରଣରେ

      ମୋ ମନରହିଛି ଲାଖି

ହେ ଚକାଆଖି ହେ ଚକାଆଖି।


ତୁମେ ତନି ଭୂଵନର ସ୍ବାମୀ

     ସଭିଙ୍କର ପଥଗାମୀ

ସଭିଙ୍କ ସୁଖ କାରିଣୀ

   ହେ ଜଗତର କର୍ତ୍ତା ସ୍ଵାମୀ  

 ଶୁଣ ଶୁଣ ମୋ ଦୟିନୀ

ହେ ଚକାଆଖି ହେ ଚକାଆଖି ।


ତୁମ୍ଭକୁ କଲି ଵରଣି

      ରଖିଵ ହେ ଚକ୍ରପାଣି

କର ପ୍ରଭୁ ଦୁଃଖ ଶୁଣାଣି

     ତୋର ଚରଣେ ଶରଣି

ଶୁଣିବ କି ନାହିଁ ମୋର

   ପ୍ରଭୁ  ଦୁର୍ଦ୍ଦଶା ଦୟିନୀ

ହେ ଚକାଆଖି ହେ ଚକାଆଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics