ଅନ୍ୟନ୍ୟା ଭକ୍ତି
ଅନ୍ୟନ୍ୟା ଭକ୍ତି


କୃଷ୍ଣ କୃଷ୍ଣ ଗାଥା ଗାଏ ନିରନ୍ତର
ଆନଠାରେ ନାହିଁ ମତି,
ଗୋପୀଙ୍ଗନା ପରି ତାଙ୍କରି ପ୍ରୀତିରେ
ରଖିଅଛି ସଦା ମତି ।
ମିରାବାଈ ପରି ତାଙ୍କୁ ମୁଁ ବରିଛି
ଆନକୁ ବରଣେ ନାହିଁ
ତାଙ୍କ ବିନା ମୋର ଗତି ମୁକ୍ତି ନାହିଁ
ସର୍ବ ଦେଵା ଦେଵୀ ସେହି ।
ସେହିତ ମୋହର ଜୀବର ଜୀଵନ
ସେହି ମୋ ଜୀଵନ ଧନ
ସେହି କୃଷ୍ଣ ମୋର ଏ ଜୀବନସ୍ଵାମୀ
ତା' ଠାରେ ଢାଳିଛି ମନ ।
ସେହି ମୋର ସଖା ଵନ୍ଧୁ ପରିଜନ
ସେହି ମୋର ମାତା, ପିତା
ସେହି ମୋର ପୁତ୍ର ଜୀଵନ ସଙ୍ଖାଳି
ସେହି ମୋ ମୁକତି ଦାତା ।
ତାହା ପାଦପଦ୍ମେ ସମର୍ପିତ ମୁହଁ
ଆନକୁ ତ ଜାଣେ ନାହିଁ
ସେହି ମୋର ପୂଜ୍ୟ ପୂଜା ଉପାସନା
ଗତିମୁକ୍ତି ପରା ସେହି ।